July 6, 2024

ଘୁମୁସର ବିକାଶ ପରିଷଦ ଓ ଘୁମୁସର ଜିଲ୍ଲା ଦାବୀ କ୍ରିୟା ନୁଷ୍ଠାନ କମିଟି ବୁଗୁଡ଼ା ତରଫରୁ ମାନ୍ୟବର ମତ୍ସ୍ୟ, ଗୋ ସମ୍ପଦ ଓ କ୍ଷୁଦ୍ର ଉଦ୍ୟୋଗ ଇସ୍ପାତ. ମନ୍ତ୍ରୀ ଶ୍ରୀଯୁକ୍ତ ମଳିକ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା.

Share

 

ଭଞ୍ଜନଗର /ବୁଗୁଡ଼ା 3/7/24
ଆଜି ପୂର୍ବାହ୍ନ ରେ ଘୁମୁସର ବିକାଶ ପରିଷଦ ଭଞ୍ଜନଗର ଓ ବୁଗୁଡ଼ା ଘୁମୁସର ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟି ସଭାପତି ସୋମନାଥ ନାୟକ ଙ୍କ ନେତୃତ୍ୱ ରେ ମନ୍ତ୍ରୀ ମହୋଦୟ ତାଙ୍କ ବାସଭବନ ରେ ସାକ୍ଷାତ କରି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ସାଙ୍ଗକୁ ଘୁମୁସର ଜିଲ୍ଲା ଗଠନ ସମ୍ପର୍କ ରେ ଏକ ସ୍ମାରକ ପ୍ରଦାନ କରିଛନ୍ତି ସମ୍ବର୍ଦ୍ଧନା ଉତ୍ତର ରେ ମନ୍ତ୍ରୀମହୋଦୟ କହିଲେକି ଯେତେ ନୂଆ ଜିଲ୍ଲା ପାଇଁ ଦାବୀ ଉଠୁଛି ଭିତିଭୂମି ଦୃଷ୍ଟିରୁ ଘୁମୁସର ଜିଲ୍ଲା ର ପ୍ରାଥମିକତା ରହିଛି. ନୂଆ ସରକାର ନୂଆ ଜିଲ୍ଲା ଗଠନ ବିଚାରକୁ ନେବାବେଳେ ଘୁମୁସର ଜିଲ୍ଲା ନିଶ୍ଚୟ ଗଠନ ହେବ. ସେଥିପ୍ରତି ଘୁମୁସରର ବିଧାୟକ ମାନେ ବେଶ ସଚେତନ ଅଛୁ. ସାଧାରଣ ସମ୍ପାଦକ ପ୍ରକାଶ ସାହୁଙ୍କ ଘୁମୁସରିଆ ପ୍ରଜାତି ଗାଈ ଙ୍କ ସମ୍ପର୍କ ରେ ଏକ ପ୍ରଶ୍ନ ର ଉତ୍ତର ରେ କହିଥିଲେ ମୋ ବିଭାଗ ଏଇ ପ୍ରଜାତି ଗାଈ ମାନଙ୍କ ସଂରକ୍ଷଣ ପାଇଁ ଯଥେଷ୍ଟ ଦୃଷ୍ଟି ଦେବ ଆବଶ୍ୟକ ପରିମାଣ ରେ ଗୁହାଳ ମଧ୍ୟ ଯୋଗାଇଦେବା ସାଙ୍ଗକୁ ଗୋପାଳକ ମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ଦିଆଯିବ. ଏହି ପ୍ରତିନିଧି ଦଳରେ ବୁଗୁଡ଼ା ଓକିଲ ସଂଘ ର ବରିଷ୍ଠ ଓକିଲ ମହନ୍ତ ଭକ୍ତରାମ ଦାସ, ଅମର ପଟ୍ଟନାୟକ ଅନିଲ କୁମାର ପଟନାୟକ, ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଗଙ୍ଗାଧର ବିଷୋୟୀ ସଭ୍ୟ ଟି ସତ୍ୟ ନାରାୟଣ ପାତ୍ର, ରାଜେନ୍ଦ୍ର ରାଓ ଦୋରା, ଗୋରକ୍ଷା ସମିତିର କରାଚୁଲି ମଠର ମଠଧୀଶା, କୁଆଁର ଶୁଣି ବାବାଜୀ ସ୍ବେଛାସେବୀ ସଂଗଠନର ଅରୁଣ କୁମାର ସାହୁ ଓ ବିକାଶ ପରିଷଦର କୋଷାଧକ୍ଷ ସୁଶାନ୍ତ ପାତ୍ର ସଭ୍ୟ ଗୋପାଳ ଚନ୍ଦ୍ର ଲେଙ୍କା, ପିତାମ୍ବର ପରିଡା, ଆଚାର୍ଯ୍ୟ ରବିନାରାୟଣ ସାମନ୍ତ, ସୁଧୀର କୁମାର ନାୟକ ଓ ସାମ୍ବାଦିକ ରଂଜିତ ଜେନା ପ୍ରତିନିଧିତ୍ୱ କରିଥିଲେ.(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)

You may have missed