July 5, 2024
Share

 

୧-ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକ,ରଥଯାତ୍ରା ସାରା ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଓ ଆଧ୍ୟାତ୍ମିକ ପର୍ବ-ମୁଖ୍ୟମନ୍ତ୍ରୀ

୨-ରଥଯାତ୍ରା ପାଇଁ ଦୁଇ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରଥଯାତ୍ରାରେ ଶୃଙ୍ଖଳିତ ନୀତି, ଦର୍ଶନ ଓ ସୁରକ୍ଷାକୁ ଗୁରୁତ୍ବ।

୩-ଖୋଲିବ ପୂର୍ବ ସରକାରରେ ବନ୍ଦ ହୋଇଯାଇଥିବା ସ୍କୁଲ, କହି‌ଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

୪-ସମସ୍ତ ଭତ୍ତା ହେବ ୩ହଜାର ଟଙ୍କା, ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ୩ହଜାର ଟଙ୍କା ହେବ।

୫-ସବୁଜରୁ ଗେରୁଆ ହେଲା ଲକ୍ଷ୍ମୀ ବସର ରଙ୍ଗ । ଉଠିଲା ପ୍ରଶ୍ନ, କାହା ନିର୍ଦ୍ଦେଶରେ ବଦଳିଲା ରଙ୍ଗ ?

୬-ରାଜ୍ୟରେ ବଢିବ ବର୍ଷା, ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଜାରି ରହିବ ବର୍ଷା, ବିଜୁଳି ଘଡଘଡି ନେଇ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି।

୭-ବାଲେଶ୍ୱର ସହରରୁ ଉଠିଲା ରାତ୍ରିକାଳୀନ କର୍ଫ୍ୟୁ । କୋହଳ ହୋଇଥିଲେ ବି ରାତିରେ ଜାରି ରହିବ ପାଟ୍ରୋଲିଂ ।

୮-୮ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର, ୫ରେ ବସୁଛି ବୈଠକ।

୯-କୋରାପୁଟ:ପ୍ରତିଶ୍ରୁତି ରଖିଲେ ଜିଲ୍ଲାପାଳ, ୧୦ ମାସର ଭତ୍ତା ପାଇଲେ ବୈଦେହୀ ଜାନୀ।

୧୦-ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା, ପରୀକ୍ଷା ଦେବେ ୬୨ ହଜାର ପରୀକ୍ଷାର୍ଥୀ।

୧୧-ଭୁବନେଶ୍ୱର: ନୂଆ ଶିକ୍ଷାବର୍ଷ ଆରମ୍ଭ, ବିଶ୍ବବିଦ୍ୟାଳୟରେ ୧୧୦୦ ଅଧ୍ୟାପକ ପଦ ଖାଲି,ପାଠ ପଢାଇବ କିଏ ?

୧୨-ଧର୍ମଶାଳା ଭବନରେ ଥିବା ବଲ୍ଲେ ବଲ୍ଲେ ଢାବାରେ ପଡ଼ିଲା ତାଲା । ବିଡିଓଙ୍କ ନିର୍ଦ୍ଦେଶରେ ସିଲ୍ କଲେ ଅଧିକାରୀ । ବିନା କାଗଜପତ୍ରରେ ଚାଲିଥିବା ଅଭିଯୋଗ।

୧୩-ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନିୟମ ବିଶୋଧନାଗାରକୁ ମିଳିଲା କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର।

୧୪-ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଲଙ୍କାକାଣ୍ଡ । ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଛାତ୍ର କଂଗ୍ରେସ କର୍ମୀ ।

୧୫-ବସର ରଙ୍ଗ ବଦଳିବା ପରେ ଏବେ ବଦଳିବ ସ୍କୁଲ ପିଲାଙ୍କ ଡ୍ରୋସ କୋଡ୍ !

୧୬-ମାଲକାନଗିରି:ଯବାନଙ୍କୁ ବଡ଼ ସଫଳତା, ଏନକାଉଣ୍ଟରରେ ଟଳିଲେ ୧୧ ମାଓବାଦୀ।

୧୭-ଛତିଶଗଡ-ଓଡିଶା ସୀମାନ୍ତରେ ଥିବା କଲମା ବ୍ୟାରେଜର ୨୦ ଗେଟ ଖୋଲିଲା।

୧୮-୧୭୮ ଦିନରେ ପ୍ରଥମ ହାଲୋ ଅର୍ବିଟ୍ ପରିକ୍ରମା ପୂରା କଲା ଆଦିତ୍ୟ-L1।

୧୯-କାର-ବାଇକ ଚଳାଇବା ହେବ ମହଙ୍ଗା: ୧୨ବର୍ଷ ପରେ ବୃଦ୍ଧି ହୋଇପାରେ ଦେୟ।

୨୦-ଆଜି ବଢ଼ିବ ଜିଓ-ଏୟାରଟେଲ ଶୁଳ୍କ, କାଲିଠାରୁ ବଢ଼ିବ ଭୋଡାଫୋନଆଇଡିଆ।

୨୧-ପଞ୍ଜାବ ନେସ୍‌ନାଲ୍ ବ୍ୟାଙ୍କରେ ପୂରଣ ହେବ ୨୫୦୦ରୁ ଅଧିକ ପଦବୀ; ଗ୍ରାଜୁଏସନ୍ କରିଥିବା ପିଲା ଏହାର ସୁଯୋଗ ନେଇପାରିବେ।

୨୨-ଉତ୍ତରପ୍ରଦେଶ ହାଥରସରେ ଧାର୍ମିକ କାର୍ଯ୍ୟକ୍ରମରେ ଦଳାଚକଟା, ମୃତ୍ୟୁ ସଂଖ୍ୟା ୧୨୨କୁ ବୃଦ୍ଧି।

୨୩-ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା(ଏନବିଡବ୍ଲ୍ୟୁ) ଜାରି।

*🙏 ସୁପ୍ରଭାତ 🙏*