July 21, 2026

ଅଧ୍ୟାପକ ବିହିନ ଗୁଡାରି ବିଜ୍ଞାନ ମହାବିଦ୍ୟାଳୟ ହୋଇଛି 5 ଟି ରୂପାନ୍ତିକରଣ

IMG-20240703-WA0001
Share


ରାୟଗଡା : ଗୁଡାରି ପଦ୍ମପୁର ଓ ଚନ୍ଦ୍ରପୁର ବ୍ଲକ ର ଛାତ୍ର ଛାତ୍ରୀ ଙ୍କ ଉଚ୍ଚ ଶିକ୍ଷାର ବିକାଶ ପାଇଁ ଡାକ୍ତର ରାମନାଥ ପାଣିଗ୍ରାହୀ 1983 ମସିହାରେ ଗୁଡାରି ଠାରେ ଛାତ୍ର ଛାତ୍ରୀ ଅଧୟନ କରୁଛନ୍ତି ପିଲାଙ୍କୁ ଶିକ୍ଷାଦାନ ନିମନ୍ତେ ଉଭୟ ବିଭାଗ ରେ 13 ଜଣ ଅଧ୍ୟାପକ ନିଯୁକ୍ତି ପାଇବା ନିର୍ଦେଶ ରହିଥିବା ବେଳେ ସ୍ଥାହୀ ଅଧାପକ ଓ ଅଧକ୍ଷ କୁ ସରକାର ନିଯୁକ୍ତି ଦେଇନାହାନ୍ତି କିନ୍ତୁ କଳା ଓ ବିଜ୍ଞାନ ବିଭାଗ ନିମନ୍ତେ 5 ଅତିଥି ଅଧ୍ୟପକ ରେ ପାଠ ପଢ଼ା ଚାଲିଛି l ଗୁମୁଡା କଲେଜ ରେ ଅଧକ୍ଷ ଙ୍କୁ ଗୁଡାରି କଲେଜ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି l କିରାଣୀ ପଦବୀ ମଧ୍ୟ୍ୟ ଖାଲି ପଡିଛି ଦୁଇଟି ପିଅନ ରୁ ଗଟିଏ ପିଅନ ନିଯୁକ୍ତି ଥିବାବେଳେ 3 ଗୋଟି ଲବ୍ରୋଟେରୀ ଆଟେଣ୍ଡଣ୍ଟ ପଦବୀ ଖାଲି ରହିଛି l ଅଧୟନ ରତ ଛାତ୍ରୀଙ୍କ ରହିବା ନିମନ୍ତେ ଏକ ଛାତ୍ରୀବାସ ନିର୍ମାଣ ଗତ 2016 ରେ ନିର୍ମାଣ ହୋଇଥିଲା କିନ୍ତୁ ତାହାମଧ୍ୟ କାର୍ଯ୍ୟକ୍ଷେମ ନ ହୋଇ ଭୁତ କୋଠି ଟେ ପରିଣତ ହୋଇଥିବାର ଜଣାପଡିଛି l କିନ୍ତୁ ସରକାର କଲେଜ ରେ ଶିକ୍ଷଦାନ ପ୍ରତି ଧ୍ୟାନ ଦେବା ପରିବର୍ତ୍ତେ କଲେଜ କାନ୍ଥ ରେ ସବୁଜ ରଙ୍ଗ ତ ଚୂନ ମାରି ଚକା ଚକ କରି 5 ଟି ରୂପାନ୍ତିକରଣ କରିଲେ କଣ ମିଳିବ ବୋଲି ଜନସାଧାରଣ ପ୍ରଶ୍ନ କରୁଛନ୍ତି l ୟୁଥ ଫର ଚେଞ୍ଜ ଗୁଡାରି ରେ ସଦସ୍ୟ ମାନେ ଗୁଡାରି ବିଜ୍ଞାନ ମହାବିଦ୍ୟାଳୟ ରେ କିପରି ଭାବେ ଖାଲି ପଡ଼ିଥିବା ଅଧକ୍ଷ, ଅଧ୍ୟାପକ ଓ ସମସ୍ତ କର୍ମଚାରୀ ନିଯୁକ୍ତି ପାଇଁ ଗୁଡାରି ତହସିଲଦାର ଙ୍କ ମାଧ୍ୟମରେ ଏକ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଗତ ବଜେଡି ସରକାର ଦୀର୍ଘ 24 ବର୍ଷ ସାଶନ କରି ଆସ ପଢିବା ପଢିଲେ ଜାଣିବା ଜାଣିଲେ ଜିଣିବା ସ୍ଲୋଗାନ ଦେଇ ଚାଲିଗଲେ ବୋଲି ୟୁଥ ଫର ଚେଞ୍ଜ ରେ ମିନାକ୍ଷୀ, ପ୍ରମୋଦ ପତି ଦୀପକ ନିମାଲା, ଆଦିତ୍ୟ, କଳ୍କୀଶ, ରଞ୍ଜନ, ଗୌତମ, ଗିରିଶ ଓ କିରଣ କହିଛନ୍ତି l ଆସନ୍ତା 30 ଦିନ ମଧ୍ୟରେ ଶିକ୍ଷବିଭାଗ ଓ ସରକାର ଗୁଡାରି କଲେଜ ପ୍ରତି ଦୃଷ୍ଟି ଦେବସହିତ ସମସ୍ତେ ପଦ ପଦବି ପୂରଣ ନ କରନ୍ତି ତାହାହେଲେ ରାଜ ରାସ୍ତାକୁ ଆସି ବିକ୍ଷୋଭ କରିବା ପାଇଁ ଚେତାବନୀ ଦେଇଛନ୍ତି l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed