March 10, 2026

ବସ୍ ଧକ୍କାରେ ଭାଙ୍ଗିଲା ରଥ ଅଖ

IMG-20230703-WA0008
Share

ବସ୍ ଧକ୍କାରେ ଭାଙ୍ଗିଲା ରଥ ଅଖ
ବୁଗୁଡ଼ା : ତା ୦୩/୦୭/୨୩ : ବଡ଼ଦାଣ୍ଡରେ ରହିଥିବା ରଥର ଦୁଇଟି ଅଖ ଏକ ଯାତ୍ରୀବାହୀ ବସ୍ ଧକ୍କାରେ ଭାଙ୍ଗିଯିବାରୁ ବିବାଦ ଉପୁଜିଥିଲା ଏବଂ ପରେ ଏହାର ସମାଧାନ ହୋଇଥିଲା । ପ୍ରକାଶ ଯେ , ଆଜି ପୂର୍ବାହ୍ନରେ ଗୁରୁନାନକ ନାମକ ଆସିକା-ଆସାନସୋଲ ଯାତ୍ରୀବାହୀ ବସ୍ ବସଷ୍ଟାଣ୍ଡକୁ ଆସୁଥିବା ବେଳେ ବଡ଼ଦାଣ୍ଡରେ ଥିବା ରଥକୁ ଧକ୍କା ଦେଇଥିଲା । ଫଳରେ ରଥର ଦୁଇଟି ଅଖ ଭାଙ୍ଗି ଯାଇଥିବା ବେଳେ ସେଥିରୁ ଗୋଟିଏ ଅଖ ଗାଡିର ଚକା ଫାଙ୍କ ମଧ୍ଯକୁ ପଶି ଯାଇଥିବାରୁ ଗାଡିଟି ସେଠାରେ ହିଁ ଅଟକି ରହିଥିଲା ଏବଂ ସେହି ରାସ୍ତା ଦେଇ ଚାରି ଚକିଆ ଯାନ ଚଳାଚଳ ବନ୍ଦ ରହିଥିଲା । ମନ୍ଦିର ପରିଚାଳନା କମିଟି ଏବଂ ପୂଜକ ଗୋଷ୍ଠୀର ହସ୍ତକ୍ଷେପ ପରେ ବିବାଦ ସମାଧାନର ବାଟ ବାହାର କରିଥିଲେ । ଯାତ୍ରୀବାହୀ ବସର କର୍ମଚାରୀ କ୍ଷତିପୂରଣ ନିମନ୍ତେ ସହମତି ପ୍ରକାଶ କରିବା ପରେ ଗାଡିର ଚକ ଫାଙ୍କ ମଧ୍ଯକୁ ପଶି ଯାଇଥିବା ଅଖକୁ କରତରେ କାଟିବା ପରେ ଦେଢ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଅଟକି ଥିବା ବସଟି ସେଠାରୁ ଯାଇଥିଲା ଏବଂ ଯାନବାହାନ ଚଳାଚଳ ସ୍ବଭାବିକ ହୋଇଥିଲା ।