ଉମରକୋଟ ର ପ୍ରସିଦ୍ଧ ଦେବୀ ମା ପେଣ୍ଡ୍ର|ଣୀ ଙ୍କ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ……..

ଉମରକୋଟ:- ୦୩/୦୬/୨୦୨୫ (ଏମ୍.ଦିନା°ଶୁ ଆଚାରୀ) ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଳିତ ହେବ ଉମରକୋଟ ର ପ୍ରସିଦ୍ଧ ଦେବୀ ମାଁ ପେଣ୍ଡ୍ର|ଣୀ ଙ୍କ ବାର୍ଷିକ ଉତ୍ସବ | ଏଥିପାଇଁ ପ୍ରସ୍ତୁତି ଜୋରସୋର ରେ ଚାଲିଥିବା ବେଳେ, ଏଥି ପାଇଁ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ରେ ବରିଷ୍ଠ ଓକିଲ ତଥା ରାଜନେତା ସମାଜସେବୀ ଜୟଦେବ ପରିଡା ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ, ଏଥିରେ ବରିଷ୍ଠ ଓକିଲ ତଥା ପୂର୍ବତ୍ତନ ନଗରପାଳ ଝାଡ଼େଶ୍ୱର ମହାନ୍ତି, କାଉଁସିଲର ମନୋଜ ନାୟକ, ସାଇ ନାରାୟଣ ପାଢ଼ୀ,ଶିରା ବଲ୍ଳଭ ମାଳି, ରଜତ ଶାନ୍ତ୍ରା, ସମାଜସେବୀ ମାର୍କଣ୍ଡ ସାହୁ,ଗୋପାଳ ପଟନାୟକ, ଅକ୍ଷୟ ବିଶୋଇ, ବୁଢ଼ା ମିଶ୍ର, ସମାଜସେବୀ ଦୁର୍ଗା ପ୍ରସାଦ ମଲ୍ଲିକ, ମୋଟର କର୍ମଚାରୀ ସଙ୍ଘର ସଭାପତି ଅଶୋକ ବେବର୍ତ୍ତା, ହେମନ୍ତ ଜେନା, ବିଦ୍ୟାଧର ଜେନା, ମାଁ ପେଣ୍ଡ୍ର|ଣୀ ଙ୍କ ପୂଜକ ପ୍ରମୁଖ ଉପସ୍ଥିତ ରହି ମାଁ ଙ୍କ ଉତ୍ସବ କିପରି ସୁଚାରୁ ରୂପେ ସମ୍ପନ୍ନ ହେବ ଆଲୋଚନା କରିଥିଲେ | ଭକ୍ତ ଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଦାନ କିପରି ସ୍ୱଚ୍ଛତା ର ସହ ମନ୍ଦିର ଉନ୍ନତି ଓ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟବହାର କରାଯିବ ଏଥିପାଇଁ କମିଟି ମାନ ଗଠନ କରାଯିବା ପାଇଁ ପ୍ରସ୍ତାବ ମାନ ଆଗତ ହୋଇଥିଲା | ଏଥିପାଇଁ ଆଗାମୀ ବୁଧୁବାର ଦିନ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା | ଏହାଛଡା ଚଳିତ ବର୍ଷ ମାଁ ଙ୍କ ଯାତ୍ରା ମହାଆଡମ୍ବର ସହକାରେ ପାଳନ ହେବା ସହ ଦୂର ଦୁରାନ୍ତ ରୁ ଆସିଥିବା ଭକ୍ତ ମାନେ କିଭଳି ଭାବେ ମାଁ ଙ୍କ ଯାତ୍ରା ଉପଭୋଗ କରିବା ସହ ମାଁ ଙ୍କୁ ସୁବିଧା ରେ ଦର୍ଶନ କରିପାରିବେ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ପାଇଁ ସୁବ୍ୟବସ୍ଥା କରାଯିବା ଦରକାର ବୋଲି ଆଜିର ବୈଠକ ର ସଭାପତି ଶ୍ରୀ ଜୟଦେବ ପରିଡା କହିଥିଲେ | ସଭା ଶେଷରେ ମାଁ ଙ୍କ ମନ୍ଦିର ପାରିପାର୍ଷିକ ଉନ୍ନୟନ କାର୍ଯ୍ୟ ସମସ୍ତେ ଵୁଲି ଦେଖିଥିଲେ |