April 23, 2026
ajiro khabar
Share

 

 

୧-ଭୁବନେଶ୍ୱର:ଅଧିକ ଆର୍ଦ୍ରତା ପାଇଁ ଭୀଷଣ ଗୁଳୁଗୁଳି, ଝାରସୁଗୁଡ଼ା ଓ ଟିଟିଲାଗଡ଼ରେ ପାରଦ ୪୦ଂ ପାର, ଏପ୍ରିଲ ୪ରୁ ୧୦ ଯାଏଁ କାଳବୈଶାଖୀ ସମ୍ଭାବନା।

 

୨-ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆଜିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ।ବର୍ତ୍ତମାନ ସ୍କୁଲଗୁଡ଼ିକ ସକାଳ ୬ଟା ୩୦ ମିନିଟ୍‌ରେ ଆରମ୍ଭ ହୋଇ ଦିନ ୧୦ଟା ପର୍ଯ୍ୟନ୍ତ ଚାଲିବ ।

 

୩-କଟକ:ସରିଲା ମାଟ୍ରିକ ଖାତା ଦେଖା, ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ଫଳ ପ୍ରକାଶ ପାଇବ।

 

୪-ଭୁବନେଶ୍ୱର:ଖୁବଶୀଘ୍ର ଆସୁଛି ‘କନ୍ୟା ସୁମଙ୍ଗଳ ଯୋଜନା’; ଝିଅ ଜନ୍ମରୁ ୨୧ ବର୍ଷ ପର୍ଯ୍ୟନ୍ତ ମିଳିବ ସରକାରୀ ଆର୍ଥିକ ସହାୟତା।

 

୫-ପୁରୀ:ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନିମନ୍ତେ ପ୍ରସ୍ତୁତି ଆରମ୍ଭ, ନନ୍ଦା,ଭଦ୍ରା ଏବଂ ବୈଜୟନ୍ତୀ ଡଙ୍ଗାକୁ ପାଣିରୁ ବାହାର କଲେ ଭୋଇ ସେବକ।

 

୬-ସମ୍ବଲପୁର:ରାସ୍ତାରେ ତ୍ରିକୋଣୀୟ ପ୍ରେମ କାହାଣୀର ସାଂଘାତିକ ଚିତ୍ର, ପୁରୁଷ ବନ୍ଧୁ ଦ୍ଵିତୀୟ ପ୍ରେମିକାଙ୍କୁ ନେଇ ଯାଉଥିବା ବେଳେ ସମସ୍ତେ ହେଲେ ପିଟାପିଟି, ଭିଡିଓ ଭାଇରାଲ।

 

୭-ସହରରେ PNG ବାଧ୍ୟତାମୂଳକ; ମାସକ ମଧ୍ୟରେ ଦିଆଯିବ ପିଏନ୍‌ଜି ସଂଯୋଗ,ଗ୍ୟାସ୍‌ କଳାବଜାରୀ ରୋକିବାକୁ e-KYC ଅନିବାର୍ଯ୍ୟ।

 

୮-ପଲ୍ୟୁସନ ସର୍ଟିଫିକେଟ ନଥିଲେ ମିଳିବ ନାହିଁ ତେଲ; ଆଜିଠୁ ପୁଣି ଯାଞ୍ଚ କଡ଼ାକଡ଼ି, ନିୟମ ଭାଙ୍ଗିଲେ ୧୦ ହଜାର ଟଙ୍କା ଫାଇନ।

 

୯-ରାଜ୍ୟ ସରକାର ଚାଷୀମାନଙ୍କର ସବୁ ଧାନ ଉଠାଇବେ:ସମବାୟ ମନ୍ତ୍ରୀ

 

୧୦-ଜମିବାଡ଼ି ମାମଲାକୁ ନେଇ ଭୁବନେଶ୍ୱରରେ ଲେଡ଼ିଜ ହଷ୍ଟେଲ ଉପରେ ବୋମାମାଡ଼।

 

୧୧-ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିବା ହାର୍ଡକୋର ଅପରାଧୀ ରାଜା ସାହାଣୀ ଗିରଫ, ଉତ୍ତରାଖଣ୍ତରୁ ଧରିଲା ପୋଲିସ।

 

୧୨-ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟ:ମହିଳାଙ୍କ ଆତଙ୍କରାଜ୍,ଭିଡିଓ କରିବା ବନ୍ଦ କର,ଏଇ ଚୁପ କହି ଡାକ୍ତରଖାନାରେ ମାରଣାସ୍ତ୍ର ଦେଖାଇ ଧମକାଇଲେ।

 

୧୩-ଗଜପତିରେ ପୁଲିସର ବଡ଼ ଅଭିଯାନ; ୧୮ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ଚଢ଼ାଉ ବେଳେ ୩ ମାଫିଆ ଫେରାର।

 

୧୪-ଗ୍ୟାସ କଳାବଜାରୀଙ୍କ ଉପରେ ଯୋଗାଣ ବିଭାଗର ସର୍ଜିକାଲ ଷ୍ଟ୍ରାଇକ୍: ଗଞ୍ଜାମ ଓ ଅନୁଗୁଳରୁ ୮୯ ସିଲିଣ୍ଡର ଜବତ।

 

୧୫-ମୁମ୍ବାଇ:ରାଜା ରବି ବର୍ମାଙ୍କ ପ୍ରସିଦ୍ଧ ‘ଯଶୋଦା ଓ କୃଷ୍ଣ’ ପେଣ୍ଟିଂକୁ ୧୬୭.୨ କୋଟିରେ କିଣିନେଲେ ସାଇରାସ ପୁନାୱାଲା।

 

୧୬-ନୁଆ ଦିଲ୍ଲୀ:ଆସିଲା ରାମାୟଣ ଟିଜର୍‌, ରାମଙ୍କ ଅବତାରରେ ଦର୍ଶକଙ୍କ ମନ ଜିଣିଲେ ରଣବୀର।

 

୧୭-ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜୋରଦାର ପ୍ରଚାର; ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା ଓ ରାଲିକୁ କଲେ ସମ୍ବୋଧନ।

 

୧୮-ପଶ୍ଚିମ ଏସିଆ ସଙ୍କଟ: ଇରାନରୁ ୧୨୦୦ରୁ ଅଧିକ ଭାରତୀୟ ନାଗରିକ ସୁରକ୍ଷିତ ସ୍ଥାନାନ୍ତର।

 

୧୯-ପାକିସ୍ତାନରେ ପ୍ରକୃତିର ତାଣ୍ଡବ, ଭୀଷଣ ବର୍ଷାରେ ୧୨ ମୃତ, ଜାରି ହେଲା ବନ୍ୟା ସତର୍କତା।

 

୨୦-ଫେଲ୍ ମାରିଲା ପାକିସ୍ତାନ, ଏବେ ଆମେରିକା-ଇରାନ ଯୁଦ୍ଧ ବନ୍ଦ କରାଇବ ରୁଷ୍‌।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏