April 24, 2026

ଜମୁଛି ଠେମେରା ରାମଲୀଳା, ଆଜି ଉଦଯାପନ 

IMG-20260403-WA0002
Share

 

ସମ୍ବଲପୁର,୦୨. ୦୪():ଦିନକୁ ଜମୁଛି ଠେମେରା ରାମଲୀଳା।ଷଷ୍ଠ ଦିବସ ରେ ଏହି ମହୋତ୍ସବରେ ସମ୍ବଲପୁର ହନୁମାନ ଜୟନ୍ତୀ ସମ୍ମନୟ ସମିତି ର ସମ୍ପାଦକ ସମୀର ରଞ୍ଜନ ବାବୁ,ଜ଼ିଲ୍ଲା ଉପସଭାପତି ସୁଶାନ୍ତ ପୁରୋହିତ,ବିଜେପି ଯୁବମୋର୍ଚା ସଭାପତି ପ୍ରଭୁଦତ୍ତ ପଣ୍ଡା, ସଭ୍ୟ ଅଜିତ କୁମାର ବେହେରା ଅଥିତି ଭାବରେ ଯୋଗଦାନ କରିଥିଲେ। ସଭା କାର୍ଯ୍ୟ କୁ ରାମଲୀଳା କମିଟି ର କର୍ମକର୍ତ୍ତା ଅରୁଣ କୁମାର ସାହୁ ଓ କୃଷଚନ୍ଦ୍ର ବଢ଼େଇ ପରିଚାଳନା କରିଥିଲେ l

 

ରାମଲୀଳା ନାଟକ ରେ ରାମ ଭୂମିକାରେ ପ୍ରମୋଦ କୁମାର ତ୍ରିପାଠୀ, ସୀତା ଶ୍ରୀମତୀ ସୁଜାତା ତ୍ରିପାଠୀ, ଲକ୍ଷ୍ମଣ ଦୟାନିଧି ପଧାନ, ରାବଣ ବଳରାମ ମହାନା , ହନୁମାନ ପ୍ରଶାନ୍ତ ତ୍ରିପାଠୀ, ଦଶରଥ କରମସାନି ମାଟାରୀ, ନାରଦ ଶିବଶଙ୍କର ଭୋଇ,ବଶିଷ୍ଟ ଗିରିଧାରୀ ପଧାନ, ମନ୍ଦୋଦରୀ ଦେବୀ ଇନ୍ଦ୍ରଜିତ ଅଶ୍ୱିନୀ ମହାପାତ୍ର, ସେନାପତି ଡ଼ିଗ୍ରୀ ଭୋଇ, ମନ୍ତ୍ରୀ ଲକ୍ଷ୍ମୀନ୍ଦ୍ର ଭୋଇ, ଚିତ୍ତ ରଞ୍ଜନ ବାଗ, କୁମ୍ଭକର୍ଣ୍ଣ ବୃନ୍ଦାବନ ପଧାନ, ସୁଗ୍ରୀବ ମହାନା, ସାରଥୀ ବୈଷ୍ଣବ ପ୍ରଧାନ ପ୍ରମୁଖ ଅଭିନୟ କରୁଥିବା ବେଳେ ଦଧିବାବନ ଚିତ୍ରାଳୟ ଜାମୁଡା ର ରାଜନ ଭୋଇ କଳାକାର ରୂପସଜ୍ଜା ରେ ନିଜର ପାରଦର୍ଶିତା ଦେଖାଇଥିଲେ।ସଂଗୀତ ଓ ବାଦ୍ୟ ଯନ୍ତ୍ର ରେ ପର୍ଶୁରାମ ସାହୁ ରବୀନ୍ଦ୍ର ଡନସନା ଓ ନରେଶ ସହଯୋଗ କରୁଥିବା ବେଳେ ନୃତ୍ୟ ଶିଳ୍ପୀ ସୁନିତା ଯାଦବ ଓ ପୂଜା ନାୟକ ନୃତ୍ୟ ପରିବେଶ କରିଥିଲେ।ଅଧ୍ୟାପକ ତୁଷାର ରଞ୍ଜନ ବାରିକ ଏହାର ନିର୍ଦ୍ଦେଶନା ଦେଇଥିଲେ। ଶୁକ୍ରବାର ରାବଣ ବଧ ହୋଇ ଏହି ରାମଲୀଳା କାର୍ଯ୍ୟକ୍ରମ ଉଦଯାପିତ ହେବାକୁ ଥିବା ବେଳେ କଳା ସଂସ୍କୃତିର ପ୍ରଚାର ପ୍ରସାର ତଥା ସମାଜ ପାଇଁ ସମର୍ପିତ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବା କାର୍ଯ୍ୟକ୍ରମ ରହିଥିବା ଆୟୋଜକ କମିଟି ସୂଚନା ଦେଇଛନ୍ତି।

You may have missed