June 26, 2026

ମା ଜଗତଜନନୀ ଠାକୁରାଣୀ ଙ୍କ ନବଦିନ ଯାତ୍ରା ପାଇଁ ମଙ୍ଗଳବାର ଗାନ୍ଧୀ ଛକ ଠାରେ ସୁଭଖୁଣ୍ଟି ସ୍ଥାପନ କରାଯାଇଛି………

loko0
Share

 

 

ଉମରକୋଟ:-ମାଙ୍କ ନବଦିନ ଯାତ୍ରା ଚଳିତ ମାସ ୧୫/୦୪/୨୪ ତାରିଖ ଠାରୁ ୨୩/୦୪/୨୪ ପର୍ଯ୍ୟନ୍ତ ମହା ଆଡମ୍ବର ରେ କଳସୀ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି।ଏହି ଶୁଭ ଖୁଣ୍ଟି ସ୍ଥାପନ ସମୟରେ ମା ମଙ୍ଗଳା ମନ୍ଦିର ପୂଜକ ଭୁବନ ପୂଜାରୀ ନୀତି ନିୟମରେ ପୂଜାର୍ଚ୍ଚନା କରିବା ପରେ ଖୁଣ୍ଟି ସ୍ଥାପନ କରାଯାଇଥିଲା।ନବ ଦିନ ଯାତ୍ରା କମିଟିର ସଭାପତି ମୁନା ପାଢ଼ୀ ,ଉପ ସଭାପତି ପି.ଆଶିଷ କୁମାର ରାଓ,ସମ୍ପାଦକ ତପନ ମିଶ୍ର ଓ କୋଷଧକ୍ଷ ଗୋବିନ୍ଦ ମାଝୀ ଙ୍କ ସହ ବାରପାଲି ଗାଁର ଶିରା, ପୂଜାରୀ, ରଇତ ମାନଙ୍କ ସହ ଉମରକୋଟ ସହରର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ। ଶୁଭ ଖୁଣ୍ଟି ସ୍ଥାପନ ପରେ ଗାନ୍ଧୀ ଛକ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯାତ୍ରା କମିଟିର ସଭାପତି ମୁନା ପାଢ଼ୀ ନବଦିନ ଯାତ୍ରା କିପରି ସୁରୁଖୁରୁରେ ହୋଇପାରିବ ସେଥି ନିମନ୍ତେ ଉପସ୍ଥିତ ସଦସ୍ୟ ମାନଙ୍କୁ ସହଯୋଗ ନିମନ୍ତେ ନିବେଦନ କରିଥିଲେ। ଏହି ବୈଠକରେ ଯାତ୍ରା କମିଟିର ପୂର୍ବତନ ସଭାପତି ପି.ରାବଣା ରାଓ,କାଉନସିଲର ତପନ ଦେବନାଥ , ମନୋଜ ନାୟକ, କୈଳାଶ ନାୟକ,ହେମନ୍ତ ଜେନା, ଉମରକୋଟ ବିଜେଡି ବିଧାୟକ ପାର୍ଥିନି ନବିନା ନାୟକ ଙ୍କ ସହ ବରିଷ୍ଠ ଆଇନଜୀବୀ ଝାଡେଶ୍ୱର ମହାନ୍ତି,ପ୍ରଶାନ୍ତ ସାହୁ,ରାମ ନାୟକ, ବାଳକୃଷ୍ଣ ପାତ୍ର,ବାବୁଲା ସନ୍ତ୍ରା, ଲଷ୍ମୀକାନ୍ତ ନାୟକ,ଭି.ବୁଜି ରାଓ, ପର୍ଶୁ ନାୟକ, ଅକ୍ଷୟ ବିଶୟୀ,ବିଦ୍ୟାଧର ଜେନା ,ଲୁଦୁ ନାୟକଙ୍କ ସହ ଶତାଧିକ ଭକ୍ତ ଉପସ୍ଥିତ ରହି ସୁମତାମତ ପ୍ରଦାନ କରିଥିଲେ ।(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)