ଉମରକୋଟ ଠାରେ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧିତ କଲେ ଗଣଶିକ୍ଷା ମନ୍ତ୍ରୀ……..

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ଓ ରାଇଘର ବ୍ଲକ ରେ କାର୍ଯ୍ୟରତ ୧୦୦ ରୁ ଉର୍ଦ୍ଧ୍ବ ସାମ୍ବାଦିକ ଙ୍କୁ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟ। ନନ୍ଦଗଣ୍ଡ ନୂତନ ବର୍ଷ ଅବସର ରେ ଏକ ବିରାଟ ସଭା ର ଆୟୋଜନ କରି ସମ୍ବର୍ଦ୍ଧିତ କରିଛନ୍ତି। ଉମରକୋଟ ଏସ ପି ରୟାଲ ହୋଟେଲ ଠାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମ ରେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟ।ନନ୍ଦ ଗଣ୍ଡ , ରାଜ୍ୟ ବିଜେପି ଉପ ସଭାପତି ରମେଶ ଚନ୍ଦ୍ର ସାହୁ, ମନ୍ତ୍ରୀ ଙ୍କ ପ୍ରତିନିଧି ତଥା ଏ ପି ପି ଅଶୋକ କୁମାର ପାଢ଼ୀ, ସାଂସଦ ପ୍ରତିନିଧି ରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସର ରେ ଉମରକୋଟ ଓ ରାଇଘର ର କିଛି ସାମ୍ବାଦିକ ସାମ୍ବାଦିକ ମାନେ ସାମ୍ବାଦିକତା ରେ ନିଜ ନିଜ ଅନୁଭୂତି ଓ ଘଟି ଯାଇଥିବା କିଛି ଘଟଣା, ସାମ୍ବାଦିକ ମାନେ କିପରି ନିରପେକ୍ଷ ହେଇ ସାମ୍ବାଦିକତା କରିବା ଉଚିତ୍ ଉପରେ ମତ ରଖିଥିଲେ।ଏହି ଅବସର ରେ ମନ୍ତ୍ରୁ ନିତ୍ୟା ନନ୍ଦ ଗଣ୍ଡ କହିଥିଲେ ସରକାର ଙ୍କ ସମସ୍ତ ଯୋଜନା ରେ ସମାଜ ର ଶେଷ ବ୍ୟକ୍ତି ପାଖେ ପହଞ୍ଚିଛି କି ନାହିଁ ତାହା ଦେଖି ଗଣ ମାଧ୍ୟମ ରେ ପ୍ରକାଶ କରିବା ଦ୍ୱାରା ସରକାର ତତ୍ପର ଦେଖାଇ ଉକ୍ତ ଲୋକ ଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି କହିବା ସହ ଯଦି କୌଣସି ଅଞ୍ଚଳ ରେ କିଛି ବି ଦୁର୍ନୀତି ହେଲେ ତାହା ଖବର ମାଧ୍ୟମ ରେ ପ୍ରକାଶ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ସରକାର ଙ୍କ ସମସ୍ତ ଯୋଜନ। ର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଗଣ ମାଧ୍ୟମର ଭୂମିକା ରଖିଚି ବୋଲି କହିଥିଲେ। ରାଜ୍ୟ ଉପ ସଭାପତି ରମେଶ ଚନ୍ଦ୍ର ସାହୁ କାନ ଶୁଣ। ଖବର ପ୍ରକାଶ ନ କରି ସଠିକ୍ ଓ ନିର୍ଭୀକ ଖବର ପ୍ରକାଶ ପାଇଁ ଗୁରୁତ୍ଵ ଦେଇ ଥିଲେ। ଜନ ପ୍ରତିନିଧି ଓ ସରକାରୀ ଅଧକାରୀମାନଙ୍କୁ ବେଳେ ବେଳେ କିଛି ଲୋକେର କିମ୍ବା କୌଣସି ଅଞ୍ଚଳର ବିକାଶ ଦୃଷ୍ଟି କୁ ଆସି ପ।ରେ ନାହିଁ ଏ କ୍ଷେତ୍ରରେ ସାମ୍ବାଦିକ ଙ୍କ ଭୂମିକା ବହୁ ଗୁରୁତ୍ଵ ପୂର୍ଣ୍ଣ ଥାଏ ଯାହାକି ସଠିକ୍ ଖବର ପ୍ରକାଶ ପାଇବା ଦ୍ୱାରା ଉକ୍ତ ବ୍ୟକ୍ତି କିମ୍ବା ଅଞ୍ଚଳ ର ଲୋକେ ନ୍ୟାୟ ପାଇ ପାରିବେ ବୋଲି ଶ୍ରୀ ସାହୁ କହିଥିଲେ। ଏହି ଅବସର ରେ ସମସ୍ତ ସାମ୍ବାଦିକ ମାନଙ୍କୁ ମନ୍ତ୍ରୀ ଉପଧୌକନ ପ୍ରଦାନ କରି ସମ୍ମାନିତ କରିଥଲେ। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ସାମ୍ବାଦିକ ମାନଂକ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସମସ୍ତ କାର୍ଯ୍ୟକ୍ରମ ଖୁସି ବ୍ୟକ୍ତ କରିବା ସହ ସାଧୁବାଦ୍ ଜଣାଇ ଥିଲେ। ବିଜେପି ଦଳ ର ସୁଧୀର ପଣ୍ଡା, ବାବୁଲା ସାହୁ, ପ୍ରଦୀପ ମିଶ୍ର,ପ୍ରଭାତ କୁମାର ନାୟକ, ମିଲୁ ପଣ୍ଡା, ସତ୍ୟ ବେହେରା ,ମାନସିକ ଦାସ, ମୁନ। ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
