April 29, 2026

ଉମରକୋଟ ବ୍ଲକ ଐତିହାସିକ ପିଠ ପୋଡ଼ାଗଡ ଠାରେ ପାରମ୍ପରିକ ମଣ୍ଡେଇ ଅନୁଷ୍ଠିତ………..

IMG-20260203-WA0029
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଏହି ଅବସରରେ ତିନି ମୁଠା ଯଥା ହୀରାପୁର ପରୀଆ ଓ ବୋରିଗାଁ ମୁଠା ଯଥା ୯୩ ମୌଜାର ଦେବଦେବୀଙ୍କ ପ୍ରତୀକ ଲାଠି କୁର୍ଚି,ବିମାନ ଓ ଛ୍ଛତର ଯୋଗଦେଇଛନ୍ତି ଲକ୍ଷାଧିକ ଲୋକ ଓ ପର୍ଯ୍ୟଟକ ଯୋଗଦେଇ ଏହି ମଣ୍ଡେଇ କୁ ଉପଭୋଗ କରିଛନ୍ତି , ଏହି ମଣ୍ଡେଇ ଦୁଇଦିନ ଧରି ଏହି ମଣ୍ଡେଇ ଚାଲୁରହିବ ଆସନ୍ତା କାଲି ମଙ୍ଗଳବାର ଦିନ ଦୁଇଟି ପାହାଡ଼ ଯଥା ଉପର ଗଡ ଓ ଝାଜଲ୍ ଦେଇ ପାହାଡ ଚଢ଼ା କାର୍ଯ୍ୟକ୍ରମ ରହିଛି ଏହି ପାହାଡ ଚଢ଼ାରେ ଆଦିବାସୀ ପରମ୍ପରା ଅନୁସାରେ ବାଲି ଫୁଲ ବନ୍ଧା ଓ ସିଶିରି ପଥର ନିକଟରେ ହୁଇସିଲ ପ୍ରତିଯୋଗିତା ହେବ ପାଞ୍ଚ ଦେଓ ଭଟ୍ଟାରେ ଦେବତା ମାନଙ୍କ ବିଚାର ବିମର୍ଶ ହେବ ଯେ କୌଣସି ଗାଁ ର ସମସ୍ୟା ଥିଲେ ଦେବାଦେବୀ ସମାଧାନ କରିବେ ଏହି ମଣ୍ଡେଇ ପର୍ବରେ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ , ଉମରକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁଶୀଳା ମାଝୀ ସମାଜ ସେବୀ ଶ୍ରୀଯୁକ୍ତ ଦେବିଶିଂ ମାଝୀ , ପୋଡ଼ାଗଡ।ସେବାୟତ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଉଦ୍ଧବ ଚରଣ ନାୟକ ମୁଖ୍ୟ ଉପଦେଷ୍ଟା ଡଃ କୈଳାସ ଚନ୍ଦ୍ର ବେହେରା , ଝିତୃ କଲାର ,ଦେବ ଭତ୍ରା , କୃଷ୍ଣ ପୂଜାରୀ , ବିଞ୍ଜାଲ୍ ପୂଜାରୀ, ମହେନ୍ଦ୍ର ମାଝୀ ,ସକାଳୁ ପୂଜାରୀ ଈଶ୍ୱର ମାଝୀ ସୁକ୍ମନ୍ ପୂଜାରୀ ,ପାରିଆ ପୂଜାରୀ ବୁଡୁରାମ ପୂଜାରୀ,ତୁଳସୀ ରାମ ଭାତ୍ରା ,ଭରମ୍ ବିଶୋଇ, ପୂର୍ଣ୍ଣ ପୂଜାରୀ ନାରାୟଣ ପୂଜାରୀ, ବରୁଣ ପୂଜାରୀ ଯୋଗଦେଇଥିଲେ ଗତ ବର୍ଷ ମଣ୍ଡେଇ ଠାରୁ ଏହି ବର୍ଷ ମଣ୍ଡେଇ ଅତ୍ୟନ୍ତ ଜନସମାଗମ ହୋଇଥିବାରୁ ଟ୍ରଷ୍ଟ ର କର୍ମକର୍ତ୍ତା ଖୁସିବ୍ୟକ୍ତ କରିଛନ୍ତି।