ପୁରୁଣା ସ୍ମୃତି କୁ ସାଉଁଟୁଛନ୍ତି ପୁରୁଣା ବନ୍ଧୁ
ବୋଲଗଡ଼, (ଉପାନ୍ତ ଖବର): ଆଜିର ମୋବାଇଲ ଦୁନିଆ ରେ ମନୁଷ୍ୟ ନିଜର ପରିବାର, ଆତ୍ମୀୟ ସ୍ଵଜନ, ବନ୍ଧୁ ଠାରୁ ଦିନକୁ ଦିନ ଦୁରେଇ ଯାଉଛି, ସମୟ ବା କାହିଁ ଏମାନଙ୍କ ପାଇଁ,କିନ୍ତୁ ଯେତେବେଳେ ମଧ୍ୟ ସମୟ ଆସେ ପ୍ରତ୍ୟକ ବ୍ୟକ୍ତି ତାହାର ନିଜର ପିଲା ବେଳ ସ୍ମୃତିକୁ ମନେ ପକାଇ ଥାଏ ଓ ମନେ ପକାଇ ଥାଏ ସାଙ୍ଗ ମାନଙ୍କ ସହ ଖେଳିବା, ପଢିବା, ଚଗଲାମୀ କରିବା ସବୁ କିଛି। ଏମିତି କିଛି ସ୍ମୃତିକୁ ସାଉଁଟିବା ପାଇଁ .ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଶିକ୍ଷାବ୍ଲକ ଅନ୍ତର୍ଗତ ଟାଙ୍ଗୀସାହି ସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ଦୁଇ ହଜାର ତିନି ମସିହା ଦଶମ ବ୍ୟାଚ ର ବନ୍ଧୁ ମିଳନ ଉତ୍ସବ ପଞ୍ଚୁକୋଟ ସ୍ଥିତ ମା’ରାମଚଣ୍ଡୀ ଶକ୍ତି ପୀଠ ଯାତ୍ରା ପଡ଼ିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉକ୍ତ ବ୍ୟାଚ ର ବହୁ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ବିଭିନ୍ନ ନୃତ୍ୟ, ଗୀତ, କବିତା ଆସର କରିବା ସହ ପୁରୁଣା ଦିନର ସ୍ମୃତିକୁ ସମସ୍ତେ ମନେପକାଇ ଭାବ ବିହ୍ୟୁଳ ହୋଇଯାଇଥିଲେ। କିଏ ସରକାରୀ ଚାକିରୀ କଲାଣି ତ ଆଉ କିଏ ବ୍ୟବସାୟ କରି କୁଟୁମ୍ବ ପାଳନ କରିଲେଣି ଆଉକେହି କେହି ଗୁଜୁରାଣ ମେଣ୍ଟାଇବାକୁ ବାହାର ରାଜ୍ୟକୁ ଯାଇଛନ୍ତି କିନ୍ତୁ ସମସ୍ତେ ଆମେ ଗୋଟିଏ ଭାଇଚାରା ନେଇ ବଞ୍ଚିବା ସମସ୍ତଙ୍କ ଦୁଃଖ ସୁଖରେ ସାଥି ହୋଇ ଠିଆ ହେବା ଆଉ ସାହସ ଦେବା ପାଇଁ ପ୍ରତିଶୃତି ବଦ୍ଧ ହୋଇଥିଲେ। ପରିଶେଷରେ ସମସ୍ତଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଉତ୍ସବରେ ଉକ୍ତ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ଏବଂ ପରିବାର ବର୍ଗ ଉପସ୍ଥିତ ରହିଥିଲେ।ଏଭଳି ବନ୍ଧୁତ୍ୱର ପରମ୍ପରା ପ୍ରତ୍ୟକ ବର୍ଷର ଛାତ୍ରଛାତ୍ରୀ ମାନେ ପାଳନ କରନ୍ତୁ ବୋଲି ସମସ୍ତ ଛାତ୍ରଛାତ୍ରୀ ସମାଜକୁ ବାର୍ତା ଦେଇଛନ୍ତି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
