April 26, 2026

ଗଣ୍ଡାହାତୀ ଜଳ ପ୍ରପାତ ରେ ପ୍ରେସ କ୍ଲବ ଗଜପତିର ବନ୍ଧୁ ମିଳନ..

jhygj
Share


ରାୟଗଡ ବ୍ଲକ ଗଣ୍ଡାହାତୀ ଜଳ ପ୍ରପାତ ଠାରେ ପ୍ରେସ କ୍ଲବ ଗଜପତିର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଓ ବିଭିନ୍ନ ବ୍ଲକର ପ୍ରାୟ ୪୦ ଜଣ ସାମ୍ୱାଦିକ ଏଥିରେ ଯୋଗ ଦେଇଥିଲେ। ସାମ୍ୱାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବରିଷ୍ଠ ସାମ୍ବାଦିକ ଗରୁଡ ଚୌଧୁରୀ ନିଜ ବକ୍ତବ୍ୟରେ ବିଶେଷ କରି ଗ୍ରାମାଞ୍ଚଳରେ ବ୍ଲକ ସାମ୍ୱାଦିକ ମାନଙ୍କ ସମସ୍ୟା ଉପରେ ଗୁରୁତ୍ଵ ଦିଆଯାଉଛି ଓ ରାୟଗଡ଼ ବ୍ଲକରେ ବ୍ଲକ ପ୍ରଶାସନ ବ୍ଲକ ରେ ଥିବା ସାମ୍ୱାଦିକ ମାନଙ୍କୁ ପାତର ଅନ୍ତର ନୀତି ଅବଲମ୍ବନ କରି ଆସୁଛନ୍ତି ତାକୁ ଆମେ ଘୋର ନିନ୍ଦା କରିବା ସହ ଆଗାମୀ ଦିନରେ ଏପରି ଯଦି ଚାଲେ ତାହେଲେ ଦୃଢ଼ ପଦକ୍ଷେପ ନେବା ସହ ଏହାକୁ ନେଇ ଆନ୍ଦୋଳନ କରିବା ସହ ବ୍ଲକ ଆଗରେ ଧାରଣା ଦେବୁ ବୋଲି ପ୍ରକାଶ କରିଥିଲେ। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସୂଚନା ପ୍ରଶାସନ ନଦେବା କୁ ନେଇ ଅଭିଯୋଗ ହୋଇଛି ଆଗାମୀ ଦିନରେ ଏହିପରି ଯଦି ଚାଲେ ତାହେଲେ ପ୍ରଶାସନ ବିରୋଧରେ ସଂଘ ତରଫରୁ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଛି ବୋଲି ବରିଷ୍ଠ ସାମ୍ବାଦିକ ତାରିଣୀ ପଣ୍ଡା ପ୍ରକାଶ କରିଛନ୍ତି।
ଉକ୍ତ ବୈଠକରେ ବରିଷ୍ଠ ସାମ୍ବାଦିକ ଇଶ୍ଵର ବିଷୋୟୀ,ସୁବୋଧ୍ୟ ଚନ୍ଦ୍ର ଲିମା, ଗଣେଶ ରାଜୁ, ସରୋଜ ବୀର, ପପୁ ମିଶ୍ର, , ସନ୍ତୋଷ ପଟ୍ଟନାୟକ, ସୁଜିତ ବିଷୋୟୀ, ସୁଜିତ ପ୍ରଧାନ, ରାଜେଶ ମିସାଲ, ଦିଲୀପ ଶତପଥୀ, ବିଜୟ ଗୌଡ, ବାଦଲ ବର୍ଦ୍ଧନ, ମନହର ପରିଛା, ସଞ୍ଜୀବ ପାଣି, ଅଲିନ୍ ପାଣି, ଫିଲିମନ୍ କରାଡ, ଆମୋଦ ବର୍ଦ୍ଧନ, ଏନୋସ ସ୍ଵାଲସିଂ,କୃଷ୍ଣ ବେହେରା ଙ୍କ ସହ ଜିଲ୍ଲା ଓ ବିଭିନ୍ନ ବ୍ଲକର ବରିଷ୍ଠ ସାମ୍ୱାଦିକ ମାନେ ଯୋଗ ଦେଇଥିଲେ।