June 13, 2026

ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଲାଲ୍ ବାହାଦୂର ଶାସ୍ତ୍ରିଜୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ .. 

IMG-20251002-WA0124
Share

 

ପାରଳାଖେମୁଣ୍ଡି,ତା.୦୨.୧୦.୨୦୨୫

 

ଗଜପତି ଜିଲ୍ଲା ସ୍ତରୀୟ ୧୫୬ ତମ ଜାତିର ଜନକ ମହାତ୍ମା ଗାନ୍ଧି ଓ ୧୨୧ତମ ଶାନ୍ତି ଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଗାନ୍ଧୀ ସ୍ମୃତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପାଳିତ ହୋଇଯାଇଅଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ପ୍ରାତଃ ୪.୩୦ ମି.ସମୟରେ ଡାକବାଜି ଯନ୍ତ୍ର ଦ୍ବାରା ଗାନ୍ଧିଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜା ରାମ୍ ଗାନ କରାଯାଇ ସହର ପରିକ୍ରମା କରାଯାଇଥିଲା । ସେହିପରି ସକଳ ୭.୦୦ ଘଟିକା ସମୟରେ ଗାନ୍ଧୀ ଛକ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ଅତିଥିଗଣ ଓ ସହରର ବହୁ ମାନ୍ଯ ଗଣ୍ଯ ବ୍ଯକ୍ତି ବିଶେଷ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତ ରହି ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

ପରେ ଗାନ୍ଧୀ ସ୍ମୃତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଭକ୍ତି ସଙ୍ଗୀତ ସଂସଦ ଅନୁଷ୍ଠାନର କଳାକାରମାନଙ୍କ ଦ୍ଵାର ଦ୍ବାରା ବୈଷ୍ଣବ ଜନତେ ଗାନ୍ଧୀ ଭଜନ ପରିବେଷଣ କରଯାଇଥିଲା । ପରେ ସର୍ବଧର୍ମ ପ୍ରାର୍ଥନା ରେ ଗୀତା ପାଠ ପରିବେଷଣ କରିଥିଲେ ଗୋପାଳ କୃଷ୍ଣ ପଣ୍ଡିତ, ବାଇବେଲ ପାଠ ପରିବେଷଣ କରିଥିଲେ ଫାଦର ପ୍ରଦୀପ୍ତ କୁମାର ଲିମ୍ମା ଓ କୋରାନ ପାଠ ପରିବେଷଣ କରିଥିଲେ ପର୍ବେଜ ଅଲ୍ଲାମ୍ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଅବସରପ୍ରାପ୍ତ ପ୍ରଶାସକ ପାରଳାଖେମୁଣ୍ଡି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା ,ପୌରପରିଷଦ ପାରଳାଖେମୁଣ୍ଡି, ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ବିଚିତ୍ରା ନନ୍ଦ ବେବର୍ତ୍ତା, ପ୍ରାକ୍ତନ ସଦସ୍ୟ ,ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପାରଳାଖେମୁଣ୍ଡି,ସ୍ଥାନୀୟ ବାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର ପ୍ରଧାନ ଯୋଗ ଦେଇ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳନ ଅବସରରେ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମର ଜଣେ ମହାନ ଜନନାୟକ ଥିଲେ ମହାତ୍ମା ଗାନ୍ଧୀ,ସେ ସତ୍ୟ ଓ ଅହିଂସାକୁ ନିଜର ଶକ୍ତି ପାଥେୟ କରି ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼େଇ କରିଥିଲେ। ତାଙ୍କର ଏହି ନିଆରା ଲଢ଼େଇ ଶୈଳୀ ସାରା ବିଶ୍ୱକୁ ପ୍ରେରଣା ଦେଇଥିଲା,ଗାନ୍ଧୀଜୀ ଆମକୁ କେବଳ ସ୍ୱାଧୀନତା ଦେଇ ନାହାନ୍ତି, ଜୀବନର ଅନେକ ମୂଲ୍ୟବାନ ଶିକ୍ଷା ମଧ୍ୟ ଦେଇଛନ୍ତି। ଏହା ବ୍ୟତୀତ, ତାଙ୍କର ସ୍ୱଚ୍ଛତା ଓ ସରଳ ଜୀବନଶୈଳୀ ଆମ ସମସ୍ତଙ୍କ ପାଇଁ ଏକ ଉଦାହରଣ ହୋଇ ରହିଛି। ସେ ତାଙ୍କ ଜୀବନର ଅନେକ ସମୟ ଦେଶର ଗରିବ, ନିଷ୍ପେସିତ ଲୋକମାନଙ୍କର ଉନ୍ନତି ପାଇଁ ସମାଜରେ ଥିବା ଅସ୍ପୃଶ୍ୟତା ଓ ଭେଦଭାବକୁ ଦୂର କରିବାକୁ କହିଥିଲେ। ଗାନ୍ଧୀଜୀଙ୍କର ଡାକରା, ଦାଣ୍ଡି ଯାତ୍ରା ଏବଂ ଭାରତ ଛାଡ଼ ଆନ୍ଦୋଳନ ଭଳି କାର୍ଯ୍ୟକ୍ରମ ସ୍ୱାଧୀନତା ସଂଗ୍ରାମରେ ଏକ ନୂତନ ଅଧ୍ୟାୟ ଯୋଡ଼ିଥିଲା। ସେହିପରି ପାରଳାଖେମୁଣ୍ଡି ରେ ଗାନ୍ଧୀଙ୍କ ଗସ୍ତ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ସେହିପରି ଆମେ ସତ୍ୟ, ଅହିଂସା ଓ ସ୍ୱଚ୍ଛତାର ମାର୍ଗରେ ଚାଲି ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ କରିବା ପାଇଁ ସମସ୍ତ ଅତିଥି ଗଣ ନିଜ ନିଜ ବକ୍ତବ୍ୟରେ କହିଥିଲେ। ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମଇ ଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀ,ଶିକ୍ଷକ ପରିଚାଳନା କରିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ଶ୍ରୀ ଅପରାନନ୍ଦ ଆନନ୍ଦ ସମେତ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

You may have missed