March 12, 2026

ପୁରୀଜିଲ୍ଲା କଂଗ୍ରେସ ପକ୍ଷରୁ ଗାନ୍ଧି ଜୟନ୍ତୀ ରେ ଗାନ୍ଧିଜୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ

IMG-20251002-WA0121
Share

 

ଆଜି ପବିତ୍ର ବିଜୟା ଦଶମୀ ସହିତ ଅକ୍ଟୋବର ୨ ତାରିଖରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜନ୍ମଦିବସ ଏହି ପରିପ୍ରେକ୍ଷୀରେ ପୁରୀଜିଲ୍ଲା, ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୁରୀ ବେଳାଭୂମି ସ୍ଥିତ ଗାନ୍ଧିଘାଟ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ସହିତ ସ୍ମୁତି ଚାରଣ କରାଯାଇଛି l ଏହି କାର୍ଯ୍ୟକ୍ରମ ଆଜି ସକାଳେ ପ୍ରବଳ ବର୍ଷା ସତ୍ୱେ ପୁରୀଜିଲ୍ଲା ପିସିସି ସଭାପତି ଇଞ୍ଜିନିଅର ରାଜେଶ ମିଶ୍ରଙ୍କ ସଭାପତିତ୍ୱ ରେ, ପୁରୀ ସହର ସଭାପତି ଅମରେନ୍ଦ୍ର, ପାଇକରାୟ, ଅଭିନାଶ ମିଶ୍ର, ବିଶ୍ୱନାଥ ଦାସ, ସ୍ୱାଧୀନ କୁମାର ପଣ୍ଡାଙ୍କ ସହିତ ଜିଲ୍ଲା କଂଗ୍ରେସ ର ସମସ୍ତ ପୁରୁଷ ଓ ମହିଳା ପଦାଧିକାରୀମାନେ ଯୋଗଦେଇ ଜାତିର ପିତା ମୋହନ ଦାସ କରମଚାନ୍ଦ ଗାନ୍ଧୀ ଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ ସହିତ ସ୍ମୁତିଚାରଣ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ