October 5, 2024

‘ବଂଶଧାରା ‘ ପ୍ରାଚୀର ପତ୍ରିକା ଅକ୍ଟୋବର ସଂଖ୍ୟା ଉନ୍ମୋଚିତ

Share

 

କାଶୀନଗର (ରାଧାନାଥ ଚୌଧୁରୀ )

ତା 2/10/24

ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ, କାଶୀନଗରରେ ପ୍ରକାଶିତ ହେଉଥିବା ମାସିକ ପ୍ରାଚୀର ପତ୍ରିକା ‘ବଂଶଧାରା ‘ ଅକ୍ଟୋବର ସଂଖ୍ୟା ସହଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି ଆର ସି ସି , କାଶୀନଗର ଶ୍ରୀମତୀ ନର୍ମଦା ଦାସଙ୍କ କରକମଳ ଦ୍ଵାରା ଉନ୍ମୋଚନ ହୋଇଯାଇଛି।

 

ପ୍ରଧାନ ଶିକ୍ଷକ ଶ୍ରୀ ଭାଗୀରଥି ବେହେରାଙ୍କ ପରିଚାଳନାରେ ଏବଂ ସପ୍ତମ ଶ୍ରେଣୀ ଶିକ୍ଷୟିତ୍ରୀ ଯଥା ମୀସାଲା ରତ୍ନମାଳା ଓ ପୁଷ୍ପାଞ୍ଜଳି ବିହାରୀ ତତ୍ତ୍ଵାବଧାନରେ ଅକ୍ଟୋବର ମାସର ଗାନ୍ଧୀ ଜୟନ୍ତୀ , ଦୁର୍ଗା ପୂଜା , ଅର୍ଦ୍ଧ ବାର୍ଷିକ ପରୀକ୍ଷା ଆଦି ସନ୍ଦର୍ଭରେ ପିଲାଙ୍କ ଦ୍ଵାରା ଗୀତ, ଗପ ଓ ଚିତ୍ର ସଜେଇ ହୋଇ ପ୍ରକାଶ ପାଇଛି ।

 

ପ୍ରାଚୀର ପତ୍ରିକା ପିଲାଙ୍କୁ ନିରନ୍ତର ଆଗକୁ ବଢେଇବାରେ ଓ କୁନି ଲେଖକ ସୃଷ୍ଟି କରିବାରେ ସାହାଯ୍ୟ କରେ ବୋଲି ମତ ରଖି ଶ୍ରୀମତୀ ଦାସ ଶିକ୍ଷକଙ୍କ ସହ ପ୍ରଧାନ ଶିକ୍ଷକଙ୍କୁ ପ୍ରଶଂସା କରିଥିଲେ ।

 

ସପ୍ତମ ଶ୍ରେଣୀର ଗେଲି ଗୋମାଙ୍ଗୋ, ସପ୍ନା ଶବର, ଅନାନିଆୟାଲ ରୋହିତ, ସୋନାଲି ଶବର, ଓମ୍ଶିକା, ପି ହାରିକା , ଜି ମୋନିକା , ପୁଷ୍ପନ୍ତ , କାବେରୀ ଶବର, ଅନିଲ ସଉରା, ମୋରିଅମ୍ ମଣ୍ଡଳ ଆଦି ଛାତ୍ର ଛାତ୍ରୀ ପତ୍ରିକାରେ ସ୍ଥାନିତ ହୋଇଥିବାରୁ ଶିକ୍ଷକ ଶିକ୍ଷୟିତ୍ରଙ୍କ ସହ ସ୍କୁଲ କ୍ୟାବିନେଟ୍ ସଦସ୍ୟ ଓ ପରିଚାଳନା କମିଟି ସଦସ୍ୟ ମାନେ ଶୁଭେଛା ଜଣାଇଛନ୍ତି। ଏହି କାମକୁ ସଫଳ ପରେଇବାରେ ଶିକ୍ଷକ ସଂଯୁକ୍ତା ସାହୁ, ଶଙ୍କର ରାଓ, ସୌଭାଗ୍ୟଲକ୍ଷ୍ମୀ ପାତ୍ର, ଏଲ୍ତୁରୁ ସଂଗୀତା ଆଦି ଯୋଗଦାନ ଦେଇଥିଲେ । ଆସନ୍ତା ନଭେମ୍ବର ମାସ ସଂଖ୍ୟା ପାଇଁ ଷଷ୍ଠ ଶ୍ରଣୀକୁ ଦାୟିତ୍ୱ ଦିଆଗଲା ।