October 5, 2024

ଗାନ୍ଧୀଜୟନ୍ତୀ ଅବସରରେ ମା ରାମଚଣ୍ଡୀଙ୍କ ପୀଠରେ ଟି.ପି.ଏସ.ଓ.ଡ଼ି.ଏଲ. ଛତ୍ରପୁର ଶାଖା ତରଫରୁ ସଫେଇ ଅଭିଯାନ।

Share

ଛତ୍ରପୁର -୦୨/୦୯/୨୦୨୪(ଅରୁଣ କୁମାର ପଣ୍ଡା )ସାରା ଭାରତ ବର୍ଷର ଶାରଦୀୟ ଦୁର୍ଗାଉତ୍ସବ ପାଇଁ ସମସ୍ତ ଶକ୍ତିପୀଠ ଏବେ ଚଳଚଞ୍ଚଳ ହୋଇଉଠିଛି। ଏଥିରୁ ବାଦ ପଡ଼ିନାହିଁ ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁରର ପାହାଡ଼ରେ ଥିବା ମା’ ରାମଚଣ୍ଡୀ ଶକ୍ତିପୀଠ। ଏଥର ଷୋଡ଼ଶ ଦିନାତ୍ମକ ପୂଜା ଗତ ସେପ୍ଟେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଏହା ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ବେଦ ଧ୍ୱନି, ମନ୍ତ୍ର ଉଚ୍ଚାରଣ ସହ ବିଭିନ୍ନ ବେଶରେ ପ୍ରତିଦିନ ମା’ ରାମଚଣ୍ଡୀ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତଥା ମନ୍ଦିର ପୂଜା କମିଟି ତରଫରୁ ପ୍ରତ୍ୟେକ ଦିନ ରାତ୍ରୀ ସମୟରେ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ଓ ଅଖଣ୍ଡ ଦୀପ ପ୍ରଜ୍ବଳନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ମନ୍ଦିର ସଂଯୋଜକ କମଳ ପଣ୍ଡା ସୂଚନା ଦେଇଛନ୍ତି।

 

ଷୋଡ଼ଶ ଦିନାତ୍ମକ ପୂଜା ସମୟରେ ଆଜି ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ଟି.ପି.ଏସ.ଓ.ଡ଼ି.ଏଲ. ଛତ୍ରପୁର ଶାଖାର ଅଧିକାରୀ ଓ କର୍ମଚାରୀଙ୍କ ତରଫରୁ ମନ୍ଦିର ପୂଜାକମିଟିର ସହଯୋଗରେ ଏକ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ମନ୍ଦିର ଟ୍ରଷ୍ଟି ଲଷ୍ମୀନୃସିଂହ ପଣ୍ଡା, ଉପଦେଷ୍ଟା ରାଜେଶ କୁମାର ମିଶ୍ର, ସହ-ସଂଯୋଜକ ତୁଷାର ଶତପଥୀ, ପୂଜା କମିଟି ଉପଦେଷ୍ଟା ସନ୍ତୋଷ ମିଶ୍ର, କେ. ସତ୍ୟନାରାୟଣ ରେଡି, ପୂଜା କମିଟି ସଭାପତି ତଥା ସ୍ଥାନୀୟ ସରପଞ୍ଚ ଶ୍ରୀ ଅଜୟ ନାୟକ, ମନ୍ଦିର ମ୍ୟାନେଜର ସନ୍ତୋଷ ପଣ୍ଡା, ମୁନା ଗୌଡ଼, ଉପେନ୍ଦ୍ର ବେହେରା, ସୁଧୀର ମହାରଣା ପ୍ରମୁଖ ସଦସ୍ୟ ଯୋଗ ଦେଇ ସଫେଇ କାର୍ଯ୍ୟକ୍ରମରେ ହାଥ ବଢ଼ାଇ ମନ୍ଦିର ଚତୁର୍ପାଶ୍ୱ ସକାଳ ୭ଘଟିକାରୁ ଦିବା ୧୦ଘଟିକା ପର୍ଯ୍ୟନ୍ତ ପରିଷ୍କାର କରିଥିଲେ। ସର୍ବଶେଷରେ ମନ୍ଦିର ପରିଚାଳନା କମିଟି ସମ୍ପାଦକ ଶ୍ରୀ ରବୀନ୍ଦ୍ର କୁମାର ପଣ୍ଡା ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଦେବା ସହ ସମସ୍ତ ସ୍ବେଚ୍ଛାସେବୀଙ୍କୁ ଷୋଡ଼ଶ ଦିନାତ୍ମକ କାର୍ଯ୍ୟକ୍ରମରେ ସହାୟତାର ହାତ ବଢାଇବାକୁ ଅନୁରୋଧ କରିଥିଲେ।