June 29, 2024

ଗାନ୍ଧୀଙ୍କ ଆଦର୍ଶ ସଦା ବନ୍ଦନୀୟ*

Share

*ଗାନ୍ଧୀଙ୍କ ଆଦର୍ଶ ସଦା ବନ୍ଦନୀୟ*
ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତ୍ତକୋତ୍ତର ଜାତୀୟ ସେବା ଯୋଜନା ଶାଖା ଓ ରାଜନୀତି ବିଜ୍ଞାନ ବିଭାଗ ମିଳିତ ଆନୁକୁଲ୍ୟରେ ଆଜି ଗାନ୍ଧି ଜୟନ୍ତି ପାଳନ ହୋଇଯାଇଛି। ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ମୁଖ୍ୟ ଅତିଥି, ପୂର୍ବତନ ଜାତୀୟ ସେବା ଯୋଜନା ସଂଯୋଜକ ପ୍ରଫେସର ଅମିୟ କୁମାର ପରିଚ୍ଛା ମୁଖ୍ୟ ବକ୍ତା ରୂପେ ଯୋଗଦାନ କରିଥିଲେ । ଏହି ସଭାରେ ଗାନ୍ଧୀଙ୍କ ଜୀବନୀ, ଆଦର୍ଶ, ମୂଲ୍ୟବୋଧ ଉପରେ ଆଲୋକପାତ କରାଯାଇଥିଲା। ଛାତ୍ର ଛାତ୍ରୀ ମାନେ ଗାନ୍ଧିଜୀଙ୍କ ଉପରେ କବିତା, ଓ ସ୍ଲୋଗାନ ଦେଇଥିଲେ। ରାଜନୀତି ବିଜ୍ଞାନ ବିଭାଗ ଓ ଜାତୀୟ ସେବା ଯୋଜନା ଅଧିକାରୀ ମାନେ ୟେହି ଆୟୋଜନରେ ସହଯୋଗ କରିଥିଲେ। ଏହି ସଭାରେ ୧୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।