November 26, 2024

ଗଜପତି:-ତନୁଜା ଶତପଥୀ ଇଣ୍ଡିଆନ ଏଣ୍ଡିଭିସୁଆଲଏକ୍ସିଲେନସ ଏୱାର୍ଡ ରେ ସମ୍ମାନିତ ଓ ପୁରସ୍କୃତ …

Share

 

ଭୁବନେଶ୍ଵର ସ୍ଥିତ ଜୟଦେବ ଭବନ ଠାରେ ଗତ ୩୦ ଅଗଷ୍ଟ ୨୦୨୪ ଦିନ ବିଜେପି ପର୍ଯ୍ୟବେକ୍ଷକ କବି ତଥା ସାରସ୍ଵତ ସାଧକ ଶ୍ରୀ ଶଙ୍କର ପରିଡ଼ା ଏବଂ ବିଶିଷ୍ଟ ବ୍ୟକ୍ତି-ବିଶେଷ ମାନଙ୍କ ଦ୍ଵାରା ପାରଳାଖେମୁଣ୍ଡି ସହରର ଅଗ୍ରଣୀ ମହିଳା ଅନୁଷ୍ଠାନ ତଥା “ପ୍ରଗତି ମହିଳା ସଂଗଠନ” ର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଛି ।

ଶ୍ରୀମତୀ ଶତପଥୀଙ୍କୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ “ଏକ ଦିବସୀୟ ଜାତୀୟ ସିଟିଜେନ ସମ୍ଭର୍ଦ୍ଧନା” କାର୍ଯ୍ୟକ୍ରମରେ ସଙ୍ଗୀତ ଓ ଲେଖିକା କ୍ଷେତ୍ରରେ “ଇଣ୍ଡିଆନ ଇଣ୍ଡିଭିଜୁଆଲ ଏକସ୍ସଲେନସ ଏୱାର୍ଡ-୨୦୨୪ ରେ ସମ୍ମାନିତ କରାଯାଇଛି ।

ଗଜପତି ଜିଲ୍ଲାରୁ ଜଣେ ସକ୍ରିୟ ମହିଳା ସଙ୍ଗଠନ’ର ମୁଖ୍ୟ ଭାବେ ତାଙ୍କର ସଙ୍ଗୀତ ସାଧନା ସାଙ୍ଗକୁ ଜଣେ ଲେଖିକା ଓ ସମାଜସେବୀ ଭାବେ ରହିଥିବା ପ୍ରତିଭାର ଦକ୍ଷତା କୁ ଆଧାର କରି ଶ୍ରୀମତୀ ଶତପଥୀଙ୍କୁ ଏହି ଏୱାର୍ଡ ଦେଇ ସମ୍ମାନିତ କରାଯାଇଛି ।।

ଶ୍ରୀମତୀ ତନୁଜା ଶତପଥୀଙ୍କ ଏହିଭଳି ସମ୍ମାନ ପାଇବା’ର କୃତିତ୍ୱ ଯୋଗୁଁ ତାଙ୍କୁ ପାରଳାଖେମୁଣ୍ଡି ସହରର ବିଭିନ୍ନ ସାରସ୍ଵତ ଓ ସଂସ୍କୃତିକ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ପକ୍ଷରୁ ବହୁ କର୍ମକର୍ତ୍ତା ଏବଂ ବୁଦ୍ଧିଜୀବୀ ମାନେ ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ୟୁ-ଟେକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ଲୋକନାଥ ମିଶ୍ର , ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ ପଟ୍ଟନାୟକ , ସମାଜସେବୀ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ , ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀ , ଚିତ୍ରଶିଳ୍ପୀ ଶ୍ରୀ ମୂରଲୀଧର ପରିଚ୍ଛା , ଶ୍ରୀମତୀ ମାନସୀ ପଣ୍ଡା , ଶ୍ରୀମତୀ କଳ୍ପନା ପଟ୍ଟନାୟକ , ଶ୍ରୀମତୀ ସବିତା ପଣ୍ଡିତ ପ୍ରମୁଖ ଶ୍ରୀମତୀ ତନୁଜାଙ୍କ ଏଭଳି ସମ୍ମାନ ପାଇବାର କୃତିତ୍ୱ ଯୋଗୁଁ ତାଙ୍କୁ ଅଶେଷ ଅଭିନନ୍ଦନ ଓ ବଧେଇ ଜଣାଇଛନ୍ତି।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

————————————————

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.