April 28, 2026

ଇନ୍ନରହୁଇଲ ଇଣ୍ଡିଆର ପୂର୍ବାଞ୍ଚଳ ସମ୍ମିଳନୀ ଅନୁଷ୍ଠିତ l

IMG-20250802-WA0046
Share

ଇନରହୁଇଲ ଇଣ୍ଡିଆ ର ପୂର୍ବାଂଚଳ ସମ୍ମିଳନୀ ପୁରୀ ସମୁଦ୍ର ତଟବର୍ତ୍ତୀ ସ୍ବସ୍ତି ପ୍ରିମିଅମ୍ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଅଛିାଏଥିରେ ମୁଖ୍ୟ ଅତିଥି ଭାବରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଯୋଗଦାନ କରିତାଙ୍କ ବକ୍ତବ୍ୟ ରଖିଥିଲେ | ପୂର୍ବତନ ଅନ୍ତର୍ଜାତୀୟ ଇନର ହୁଇଲ ସଭାପତି ମମତା ଗୁପ୍ତା ସମ୍ମାନିତ ଅତିଥି ରୂପେ ଯୋଗ ଦାନ କରିଥିଲେ !ଆସୋସିଏସନ ସଭାପତି ଶ୍ରୀମତୀ ଜ୍ୟୋତି ମହୀପାଲ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲୋ ଜିଲ୍ଲା ୩୨୬ର ଅଧକ୍ଷ୍ୟା ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀ ପ୍ରାରମ୍ଭିକ ଉଦବୋଧନ ଦେଇଥିଲେ ଏବଂ ଆବାହିକା ଶ୍ରୀମତୀ ଶ୍ରୀନୁ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲୋ

ଉଦଘାଟନ ଦିବସର ମହିଳା ସ୍ୱାବଲମ୍ବୀ ପ୍ରକଳ୍ପ ଭାବରେ 500 ଜଣ ମହିଳା ଙ୍କୁ ଗ୍ରାଇଣ୍ଡର ଓ ସିଲେଇ ମେସିନ ପ୍ରଦାନ କରାଯାଇଥିଲା!

“ମିଲେଙ୍ଗେ“ପତ୍ରିକା ଆସୋସିଏସନ ସଭାପତି ଙ୍କ

ଉନ୍ମୋଚିତ ହୋଇଥିଲାାମୁଖ୍ୟ ଅତିଥି ଙ୍କର ପରିଚୟ ପ୍ରଦାନ କରିଥିଲେ ଆସୋସିଏସନ କାଉନସିଲ ସଭ୍ୟା ଶ୍ରୀମତୀ ସନ୍ଧ୍ୟାରାଣୀ ମିଶ୍ର ।ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ଟିକୁ ବେଶ ଆକର୍ଷଣୀୟ କରିଥିଲା |ଦିତ୍ୱୀୟ ଦିନ ପ୍ରଭାତ ରୁ ସଭ୍ୟାମାନେ ମହିଳା ସଶକ୍ତିକରଣ ଉଦେଶ୍ୟ ରେ ଏକ ସ୍କୁଟର ରାଲି ସମୁଦ୍ରକୂଳ ରାସ୍ତାରେ ବାହାରିଥିଲା I ଚଳିତ ବର୍ଷର ମାର୍ଗାରେଟ ଗୋଲଡିଙ୍ଗ ଆୱାର୍ଡ ଭୁବନେଶ୍ୱର ଏକାମ୍ର କ୍ଲବର ଚାର୍ଟର ସଭାପତି ଶ୍ରୀମତୀ ଗୌରୀ ମିଶ୍ର ଙ୍କୁ ପ୍ରଦାନ କରାଯାଇଥିଲା | ଡ଼ଃ ଶୃତି ମହାପାତ୍ର ଙ୍କୁ ତାଙ୍କର ସଫଳତା ପାଇଁ ଇନର ହୁଇଲ ତରଫରୁ ସମ୍ମାନିତ

କରାଯାଇଥିଲା !

ଦେଶ ବିଦେଶ ରୁ ଆସିଥିବା ସଦସ୍ୟା ମାନେ ପୁରୀ ବେଳାଭୂମି ର ଆନନ୍ଦ ନେଇଥିଲେ !ଜଗନ୍ନାଥ ମନ୍ଦିର ଦର୍ଶନ ଏକ ଅନନ୍ୟ ଅନୁଭୂତି ଥିଲା ବୋଲି କୁହନ୍ତି ସେମାନେ !

ଉକ୍ତ ସମ୍ମିଳନୀ ର ଆବାହିକା ଶ୍ରୀନୁ ପଟ୍ଟନାୟକ ଏବଂ ସହଯୋଗୀ ଆବାହିକା ଇନା ପୁରୋହିତ ଦାୟିତ୍ୱ ନିର୍ବାହ କରିଥିଲେ l ପୂର୍ବତନ ଆସୋସିଏସନ ସେକ୍ରେଟାରୀ କ୍ରିଷ୍ଣା ମହାନ୍ତି ,ପୂର୍ବତନ ଜିଲ୍ଲା ଅଧକ୍ଷା ସଂଘମିତ୍ରା ସାହୁ ,ମମତା ପୁରୋହିତ ,ନଳିନୀ ମହାପାତ୍ର ପ୍ରମୁଖ ଉପଦେଷ୍ଟା ଭୂମିକା ନିର୍ବାହ କରିଥିଲେ l କୋଷାଧକ୍ଷ ଭାବରେ ପୂର୍ବତନ ସଭାପତି ବନ୍ଦିତା ସାହୁ କାର୍ଯ୍ୟ କରିଥିଲେ !

ଉକ୍ତ ସମ୍ମିଳନୀ ର କାର୍ଯ୍ୟ ନିର୍ବାହୀ ପରିଷଦର ସଦସ୍ୟା ଭାବରେ ଜିଲ୍ଲା ଉପ adhakshya ମଞ୍ଜୁଷା ଭାଇସାମ୍ପାୟାନ ,ଅନୁଷ୍ଠାନ ପରିଷଦର ସଭ୍ୟା ଶ୍ରୀମତୀ ସନ୍ଧ୍ୟାରାଣୀ ମିଶ୍ର,ଜିଲ୍ଲା ସେକ୍ରେଟାରୀ ପୁଷ୍ପା ହରିଚନ୍ଦନ ,ଜିଲ୍ଲା କିଷାଧକ୍ଷ ରାନୁ ଦୁବେ ,ଜିଲ୍ଲା ଇ ଏସ ଓ ରେଖା ଜୈନ ,ଜିଲ୍ଲା ଆଇ ଏସ ଓ ପ୍ରଜ୍ଞ୍ୟା ମାହିଲେ ,ଜିଲ୍ଲା ପତ୍ରିକା ସମ୍ପାଦିକା ଆରତୀ ବଡ଼ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଦାୟିତ୍ୱ ସମ୍ପାଦନ କରିଥିଲେ !ଏତଦ ବ୍ୟତୀତ ପୂର୍ବତନ ଜିଲ୍ଲା ଅଧକ୍ଷ ଜାଗୃତି ଯୋଷୀ ,ମନୀଷା ଶ୍ରୀବାସ୍ତବ ,ଟି ଚିରଞ୍ଜିବି,ମଧୁମିତା ମହାନ୍ତି ,ପରିଚାଳନା ଦାୟିତ୍ୱରେ ଥିଲେ !

ଦେଶ. ବିଦେଶ ରୁ ବିଭିନ୍ନ ସ୍ପ୍ରାନ୍ତରୁରୁ ଆସିଥିବା inner wheel ଉଚ୍ଚ ପଦବୀ ଗ୍ରହଣ କରିଥିବା କାର୍ଯ୍ୟକର୍ତା,ବହୁ ସଦସ୍ୟ ପୂର୍ବତନ ସଭାପତି ,ସଭାପତି ଏବଂ ସଭ୍ୟା ଅଂଶ ଗ୍ରହଣ କରି ସମ୍ମିଳନୀ କୁ ସାଫଲ୍ୟ ମଣ୍ଡିତ କରିଥିଲେ !

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l