April 26, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝି ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣୀ କୁ ପୁରିଛି ୧ ବର୍ଷ,,

IMG-20250702-WA0003
Share

ଭୁବନେଶ୍ୱର ( ଦେବାଶିଷ ଦାଶ )

 

 

ଠିକ ବର୍ଷେ ତଳେ ଆଜିର ଦିନରେ ମୁଁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଆପଣମାନଙ୍କ ଅଭିଯୋଗ

ଶୁଣିଥିଲି ମୋହନ ମାଝି।

ବର୍ଷେ ତଳେ ଆଜିର ଦିନରେ ହିଁ ଖୋଲାଯାଇଥିଲା ଦୀର୍ଘ ୧୬ ବର୍ଷ ଧରି ବନ୍ଦ ହୋଇ ରହିଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ। ସେହିଦିନ ଠାରୁ ଆପଣମାନଙ୍କ ସମସ୍ତ ସମସ୍ୟା ଓ ଅଭିଯୋଗ ର ଶୁଣାଣି ଏବଂ ତାହାର ସମାଧାନ ତ୍ୱରିତ ବେଗରେ କରାଯାଉଛି। ସାଧାରଣ ଜନତାଟିଏର ଅସୁବିଧାକୁ ଆମ ସରକାର ଅତ୍ୟନ୍ତ ଗୁରୁତ୍ୱର ସହ ବିଚାର କରୁଛନ୍ତି ଏବଂ ସମାଧାନ ପାଇଁ ସର୍ବଦା ତତ୍ପର ଅଛନ୍ତି।

ପୂର୍ବ ସରକାର ସମୟରେ ସାଧାରଣ ଜନତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ ଅପହଞ୍ଚ ଥିଲେ । ହେଲେ ଆଜି ସେ ସମୟ ଆଉ ନାହିଁ । ଆଜି ଆମ ସରକାର – ଲୋକଙ୍କ ସରକାର , ଲୋକଙ୍କ ପାଖରେ ପହଞ୍ଚୁଛନ୍ତି, ଅଭିଯୋଗ ଶୁଣୁଛନ୍ତି ଓ ସମାଧାନ କରୁଛନ୍ତି ।

ଜନ ଶୁଣାଣି ମାଧ୍ୟମରେ ସରକାର ଓ ଜନତାଙ୍କ ଭିତରେ ଥିବା କୃତ୍ରିମ ବାଡ଼ ଭାଙ୍ଗି ଆମେ ବ୍ୟବସ୍ଥାକୁ ଆପଣଙ୍କ ପାଖରେ ପହଞ୍ଚାଇଛୁ ।

ସରକାରଙ୍କ ପ୍ରଥମ ବର୍ଷରେ ମୁଁ ରାଜ୍ୟର ସବୁ ଜିଲ୍ଲାକୁ ଅନ୍ତତଃ ଥରେ ଗସ୍ତ କରିଛି। ଦ୍ଵିତୀୟ ବର୍ଷରେ ସମସ୍ତ ୧୪୭ ବିଧାନସଭା ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣିବି ଏବଂ ବିକାଶ କାର୍ଯ୍ୟକୁ ତ୍ୱରାନ୍ଵିତ କରିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ଶ୍ରୀ ମାଝି,

ଆପଣଙ୍କ ବିଶ୍ୱାସ ଆମକୁ କାମ କରିବା ପାଇଁ ଶକ୍ତି ଯୋଗାଉଛି । ଆପଣଙ୍କ ଭରସା ଆମକୁ ସବୁ ପ୍ରତିଶ୍ରୁତି ପୂରଣ କରିବା ପାଇଁ ପ୍ରେରଣା ଦେଉଛି । ଆପଣ ଆମ ଉପରେ ଯେଉଁ ଆସ୍ଥା, ବିଶ୍ୱାସ ଓ ଭରସା ରଖିଛନ୍ତି, ତାହାର ସମ୍ମାନାର୍ଥେ ଓଡ଼ିଶାବାସୀଙ୍କ ସେବାରେ ବ୍ରତୀ ହୋଇ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମ ସରକାର ପ୍ରୟାସରତ ରହିଛି ଓ ରହିବ।