ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବେଗୁନିଆ, ତା 01/07:ବେଗୁନିଆ ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର
3024-25 ଶିକ୍ଷା ବର୍ଷର ବାର୍ଷିକ ଉତ୍ସବ ପାଳନ ନିମନ୍ତେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ଆବାହକତ୍ୱରେ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି ।ଉକ୍ତ ବୈଠକରେ ବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷ ଶିବକୁମାର ମୁନି
ପୌରୋହିତ୍ୟ କରିଥିଲେ । ବୈଠକରେ ଶିକ୍ଷୟିତ୍ରୀ ସ୍ମୃତି ସ୍ମିତା
ବେହେରା, ସୁରଜିତା ଦଳାଇ ମୋହିନୀକାନ୍ତି ଦାସ, ଶୁଭଲକ୍ଷ୍ମୀ ସାହୁ, ସୁନିତା ପୃଷ୍ଟି, ରିସ୍ମା ରଶ୍ମି ପାଇକରାୟ, ସସ୍ମିତା ସାହୁ, ଲକ୍ଷ୍ମୀପ୍ରିୟା ତ୍ରିପାଠୀ, ଶିକ୍ଷକ ଅଜିତ
କୁମାର ପୁରୀ, ସୂର୍ଯ୍ୟକାନ୍ତ ମହାପାତ୍ର,ପ୍ରଭାତ କୁମାର ନିଶଙ୍କ ହିମାଂଶୁ ଭୂଷଣ ସ୍ୱାଇଁ ଓ ଶ୍ରୀକାନ୍ତ ପଣ୍ଡା ଉପସ୍ଥିତ ଥିଲେ । ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ପୂର୍ବତନ ଓ ବର୍ତ୍ତମାନ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯିବ,ଏତତ ବ୍ୟତୀତ
ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଦଳୀୟ ଓ
ସମ୍ବଲପୁରୀ ନୃତ୍ୟ ପରିବେଷଣ ସହ
ଏକ ସାମାଜିକ ନାଟକ ମଞ୍ଚସ୍ଥ
ହେବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ ସୂଚନା ପ୍ରଦାନ କରିଥିଲେ । ପରିଶେଷରେ ଶିକ୍ଷକ ସୌମ୍ୟ ରଞ୍ଜନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରିପୋର୍ଟର ମାନସ ରଞ୍ଜନ କର
