ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ମୋହନା ବାତ୍ୟା ଅଞ୍ଚଳ ପରିଦର୍ଶନ ସହ ସମୀକ୍ଷା ବୈଠକରେ ଯୋଗ ଦେଲେ

ମୋହନା (ଜୁନେସ ଶବର)ଆଜି ଗଜପତି ଜିଲ୍ଲା ଦାୟିତ୍ୱରେ ଥିବା ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯବଂସୀ ସୁରଜ ଗଜପତି ଜିଲ୍ଲା ରେ ଅର୍ଣ୍ଣବ ବାତ୍ୟା ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କ ରେ ସବିଶେଷ ଅନୁଧ୍ୟାନ କରି ମୋହନା ବ୍ଲକ ବୈଠକ ଗୃହ ରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥା ର ଅଧ୍ୟକ୍ଷ କାମଦେବ ବଡ଼ରଇତ,ଜିଲ୍ଲାର ଦାୟିତ୍ୱ ରେ ଥିବା ନୋଡାଲ ଆଇ ଏ ଏସ ଅଧିକାରୀ ତଥା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ଙ୍କ ସମେତ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦୟାମୟ ପାଢ଼ୀ, ବିଡ଼ିଓ ରାଜୀବ ଦାସଙ୍କ ସମେତ ବ୍ଲକ ସ୍ତରୀୟ ସମସ୍ତ ବିଭାଗର ଅଧିକାରୀ ମାନଙ୍କ ଉପସ୍ଥିତିରେ ବାତ୍ୟା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ମହାଶୟ ଦୁର୍ଗମ ଅଞ୍ଚଳ ରେ ସମସ୍ତ କ୍ଷୟ କ୍ଷତି ଆକଳନ କରି ସମସ୍ତ ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ନିର୍ଦ୍ଧେଶ ଦେଇଥିଲେ।
