September 21, 2024

ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ରେ ବିଜେପି ସଂଯୁକ୍ତ ମୋର୍ଚା ସମ୍ମିଳନୀ

Share

ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ରେ ବିଜେପି ସଂଯୁକ୍ତ ମୋର୍ଚା ସମ୍ମିଳନୀ

ହାଟଡ଼ିହି ବ୍ଲକର ଛେନାପଦୀ ଛକ ସ୍ଥ ଶ୍ରୀକୃଷ୍ଣ କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏହି ନିର୍ବାଚନ ମଣ୍ଡଳୀ ର ଆଠଟି ସାଙ୍ଗଠନିକ ମଣ୍ଡଳ ରୁ ୩୭୯ ଜଣ ମୋର୍ଚ୍ଚା ପଦାଧିକାରୀ ଯୋଗଦେଇ ଆଗାମୀ ଦିନରେ ସଙ୍ଗଠନକୁ କିପରି ଆହୁରି ମଜବୁତ କରି ଦଳ ନିର୍ବାଚନ କୁ ଆସିବ ସେ ନେଇ ନିଜ ନିଜ ର ମତବ୍ୟକ୍ତ କରିଥିଲେ। ବିଜେପି ର ମହିଳା ମୋର୍ଚ୍ଚା , ଯୁବ ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ଅନୁସୂଚିତ ଜାତି ମୋର୍ଚ୍ଚା, ଅନୁସୂଚିତ ଜନ ଜାତି ମୋର୍ଚ୍ଚା, ପଛୁଆ ବର୍ଗ ମୋର୍ଚ୍ଚା ର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତା ଏ ବୈଠକରେ ଯୋଗଦେଇ ଥିଲେ। ଆନନ୍ଦପୁର ବିଜେପି ନେତା ଆଲୋକ ସେଠି ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ, ନମାମି ଗଙ୍ଗା ର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ, ଜ୍ଞାନରଞ୍ଜନ ସାମନ୍ତ ସିଂହାର, ରାମଚନ୍ଦ୍ର ସାହୁ , ଶମ୍ଭୁନାଥ ରାଉତ, ବରିଷ୍ଠ ବିଜେପି ନେତ୍ରୀ ଅସୀମା ମିଶ୍ର, ଦୀପ୍ତି ସାହୁ, ତୃପ୍ତିମୟୀ ଜେନା,ଦୀପ୍ତି ମୟୀ ଖୁଣ୍ଟିଆ, ଯଜ୍ଞ ପ୍ରସାଦ, ନିର୍ମଳ ଦେହୁରୀ ପ୍ରମୁଖ ଯୋଗଦେଇ ଆଗାମୀ ସାଧାରଣ ନିର୍ବାଚନରେ ଦଳକୁ ବିଜୟୀ କରିବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ହର ମୋହନ ଶାସିନୀ, ଶଶିକାନ୍ତ ରାଉତ, ବଳଭଦ୍ର ବାରିକ, ଅନାଦି ସାହୁ ,ହେମନ୍ତ ମହାନ୍ତ, ପ୍ରଶାନ୍ତ ମହାପାତ୍ର, ପ୍ରମୁଖଙ୍କ ସହ ମିନତୀ ମହାପାତ୍ର, ପୁନମ ଜେନା, ଅଭିମନ୍ୟୁ ପରିଡା, ସତ୍ୟଜିତ ବେହେରା, ବିରଞ୍ଚି ମହାନ୍ତ, ଧରଣୀ ମହାନ୍ତ, ନାରାୟଣ ବାରିକ, ବୀରକିଶୋର ସାହୁ,ଙ୍କ ସମେତ ସମସ୍ତ ମଣ୍ଡଳ ର ବିଭିନ୍ନ ମୋର୍ଚାରi ୪୦୦/ଛାମୁଆ କର୍ମକର୍ତ୍ତା ଯୋଗଦେଇଥିଲେ। ବରିଷ୍ଠ ବିଜେପି ନେତ୍ରୀ ତଥା ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳ ବରିଷ୍ଠ ବିଜେପି ନେତା ପ୍ରେମାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ