April 26, 2026

ଆମ ଓଡିଶା ଅଧକ୍ଷ ଭି କେ ପାଣ୍ଡିଆନ ଙ୍କ ନିର୍ବାଚନ ପ୍ରଚାର ..

sono
Share

                                  ଛତ୍ରପୁର ,ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଧାନସଭା ପାର୍ଥି ସୁବାସ ଓ ବ୍ରହ୍ମପୁର ଲୋକସଭା ପାର୍ଥି ଭୃଗୁ ଙ୍କ ପାଇଁ ଆଜି ଆମ ଓଡିଶା ଅଧ୍ୟକ୍ଷ ତଥା ବିଜେଡି ଦଳର ଷ୍ଟାର ପ୍ରଚାରକ ଭି କେ ପାଣ୍ଡିଆନ ନିର୍ବାଚନ ପ୍ରଚାରରେ ଆସି ଶ୍ରୀ ଜଗନ୍ନାଥ ମହାପ୍ରଭୁ ଓ ମା ତାରା ତାରିଣୀ ଙ୍କୁ ଆରଧନା କରି ଲୋକଙ୍କ ସହ ହାତ ମିଶାଇ ଧନ୍ୟବାଦ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଗତ ବର୍ଷ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ କୋଟି କୋଟି ଟଙ୍କାରେ ଚାଲୁ ରହିଥିବା ମନ୍ଦିର, ଚର୍ଚ୍ଚ, ମଠ ଓ ସେତୁ ସହ ମସଜିତ୍ କାର୍ଯ୍ୟ ଗୁଡିକର ସମୀକ୍ଷା କରିବା ସହ ଆଗାମୀ ଦିନରେ ଅଞ୍ଚଳ ରେ ରହୁଥିବା ଜନସାଧାରଣ କରିଥିବା ଦାବୀ ଗୁଡ଼ିକ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି ଜଣାଇଥିଲେ। ଏହା ସହ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ କରିଥିବା ଯୋଜନା ଗୁଡ଼ିକ ମଧ୍ୟ ପ୍ରକାଶ କରିଥିଲେ। ଏହି ନିର୍ବାଚନ ପ୍ରଚାର ସମୟରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ଛତ୍ରପୁର ବିଧାନସଭା ନିମନ୍ତେ ପ୍ରାର୍ଥୀ ହୋଇଥିବା ବିଧାୟକ ପ୍ରାର୍ଥୀ ସୁବାସ ବେହେରା ନିମନ୍ତେ ଦୁଇ ଜଣଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଏହା ପରେ ପ୍ରକାଶ କରିଥିଲେ କି ମୁଖ୍ୟମନ୍ତ୍ରୀ ଆପଣଙ୍କ ସବୁ ଅନୁରୋଧ ରଖିଛନ୍ତି ଆପଣ ମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଅନୁରୋଧ ରକ୍ଷାକରି ୯୫ ଭାଗ ଭୋଟ ଦେଇ ପୁଣି ଷଷ୍ଠ ଥର ନିମନ୍ତେ ମୁଖ୍ୟମନ୍ତ୍ରୀ କରିବା ପାଇଁ ଅନୁରୋଧ କରିଥିଲେ। ଆମ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ପ୍ରଚାରରେ ଆସି ଯେଉଁ ମାନେ ଜେଲ ଯାଉଛନ୍ତି ସେମାନଙ୍କୁ ଭୋଟ ନ ଦେଇ ମୂଲ୍ୟବାନ ଭୋଟ କୁ ଯେଉଁ ମାନେ ମନ୍ଦିର, ଚର୍ଚ୍ଚ, ମସଜିଦ ଯାଉଛନ୍ତି ସେମାନଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଦୁଇ ପ୍ରାର୍ଥୀ ଙ୍କୁ ଯୋଡ଼ି ଶଙ୍ଖ ଚିହ୍ନ ରେ ଭୋଟ ଦେଇ ବିଜୟୀ କରି ଓଡ଼ିଶାର ଏବଂ ନିଜ ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ଧାରା ଚାଲୁ ରଖିବା ନିମନ୍ତେ ଅନୁରୋଧ କରିଥିଲେ। ଏହି ପ୍ରଚାର ସମୟରେ ଦୁଇ ପ୍ରାର୍ଥୀ ଙ୍କ ସହ ସଭା ସ୍ଥଳରେ ଛତ୍ରପୁର ପୌର ପରିଷଦ ଉପାଦାକ୍ଷ G ପାପା ରାଓ ଓ ଅବ୍ଜର ଭର ନାରାୟଣ ଜେନା ଓ ଛତ୍ରପୁର ବ୍ଲକ ଉପାଧ୍ୟାକ୍ଷା S ସାରଦା ରେଡ୍ଡୀ ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଶ୍ରମିକ ସାମୁଖ୍ୟ ର ଶଙ୍କର ଦାସ ନିର୍ବାଚନ ମଣ୍ଡଳୀ ର ଯୁବ ସଭାପତି ସଂମୁଖ ପଟନାୟକ ଓ ପ୍ରାୟ ପନ୍ଦର ହଜାର ମହିଳା ଓ ପୁରୁଷ ଉପସ୍ଥିତ ଥିଲେ,ଗଞ୍ଜାମ ଜ଼ିଲ୍ଲା ଯୁବ ବିଜେଡି ସଭାପତି ଭବାନୀ କାନ୍ତ ସାହୁ ଓ ଗଞ୍ଜାମ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ ପଣ୍ଡା,ମହିଳା, ଯୁବ, ଛାତ୍ର ସଂଗଠନ ର ସମସ୍ତ କର୍ମୀ ଉପସ୍ଥିତ ଥିଲେ। ଶ୍ରୀ ପାଣ୍ଡିଆନ କାହାର ନାମ ନ ନେଇ ବିରୋଧୀ ଦଳ ଏବଂ ପ୍ରାର୍ଥୀ ଙ୍କୁ କଡ଼ା ସମାଲୋଚନା କରିଥିଲେ(ଅରୁଣ କୁମାର ପଣ୍ଡା )