April 23, 2026

*ସାଇବର ଅପରାଧୀ ଗିରଫ ହ୍ଵାଟସଆପ ମାଧ୍ଯମରେ ଠିକାଦାରଙ୍କୁ ହତ୍ୟା ଧମକ୍

IMG-20260402-WA0031
Share

୦୨/୦୪/୨୦୨୬ (ଗୁପ୍ତେଶ୍ୱର ରଥ)ସେମିଲିଗୁଡା ହ୍ବାଟ୍ସଆପ୍ ମାଧ୍ୟମରେ ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ଓ ନ ଦେବାରୁ ହତ୍ୟା ଧମକ ଦେବା ଅଭିଯୋଗରେ ଜଣେ ସାଇବର ଅପରାଧୀକୁ ଗିରଫ କରିଛି କୋରାପୁଟ ଜିଲ୍ଲାର ସେମିଳିଗୁଡା ଥାନା ପୁଲିସ। ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁନାବେଡ଼ା ଏସ୍‌ଡିପିଓ ସୁମିତ୍ରା ଜେନା ଦେଇଥିବା ସୂଚନା ଅନୁଯାୟୀ, ସେମିଳିଗୁଡ଼ାର ଜଣାଶୁଣା ଠିକାଦାର ଓ ବ୍ୟବସାୟୀ ଚନ୍ଦନ କୁମାର ବିଷୋୟୀଙ୍କୁ ଗତ ୩ ତାରିଖରେ ଏକ ଧମକପୂର୍ଣ ବାର୍ତ୍ତା ହ୍ବାଟ୍‌ସ୍‌ଆପ୍‌ରେ ଆସିଥିଲା। ଏହାକୁ ହାଲୁକା ଭାବେ ସେ ଗ୍ରହଣ କରିଥିଲେ। ପରେ ବାରମ୍ବାର ଅନ୍ତର୍ଜାତୀୟ ନମ୍ବରରୁ ହ୍ବାଟ୍ସଆପ୍ ବାର୍ତ୍ତାରେ ନିଜକୁ ଲରେନ୍ସ ବିଷୋୟୀ ଗ୍ୟାଙ୍ଗ୍‌ର ସଦସ୍ୟ ଭାବେ ପରିଚୟ ଦେଇଥିଲେ ଅଭିଯୁକ୍ତ। ହରିୟାଣା ଭାଷାରେ ଭଏସ୍ ମେସେଜ ପଠାଇ ଏତେ କୋଟି ଟଙ୍କାର କାମ ନେଇଛି, ପଇସା ଦିଅ, ନହେଲେ ଜୀବନରେ ମାରି ଦିଆଯିବ ବୋଲି ଧମକ ଦେଇଥିଲା। ଏଥିରେ ଭୟଭୀତ ହୋଇ ଚନ୍ଦନ ଗତ ୨୬ ତାରିଖରେ ସେମିଳିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା।

You may have missed