June 16, 2026

ଶ୍ରୀଜଗନ୍ନାଥ ସମାଜ କଲ୍ୟାଣ ସଂସ୍ଥାନ ପକ୍ଷରୁ ଉତ୍କଳ ଦିବସ ନାଗପୁର ଠାରେ ଅନୁଷ୍ଠିତ ହୋଇଯାଇଛି …

book
Share

 

ଗୋପ :- 02/04/2024 ( ) ଯଦିଓ ସମଗ୍ର ଭାରତ ବର୍ଷାରେ ଓଡ଼ିଆ ଭାଷାଭିତିକ ରାଜ୍ୟ ଭାବେ ଓଡିଶା କୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ରୂପେ 1936 ମସିହାରେ ସ୍ୱୀକୃତି ମିଳିଥିଲା କିନ୍ତୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ ଙ୍କ ପ୍ରୟାସ ରେ 1975 ମସିହା ରେ ସରକାରୀ ସ୍ତରେ ପାଳିତ କରିବା ପାଇଁ ବ୍ୟବସ୍ତା କରିଥିଲେ l ସେବେଠୁ ସମଗ୍ର ଓଡିଶା ର ପୁରପଲ୍ଲୀ ରେ ଏପ୍ରିଲ ଏକ ତାରିଖ କୁ ଉତ୍କଳ ଦିବସ ଭାବେ ପାଳନ କରୁଛନ୍ତି l ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁରୀ ଜିଲ୍ଲା ର ଗୋପ ବ୍ଲକ ଅଧିନସ୍ତ ନାଗପୁର ର ବାଟ କପିଳେଶ୍ୱର ପରିସର ରେ ଶ୍ରୀ ଜଗନ୍ନାଥ ସମାଜ କଲ୍ୟାଣ ସଂସ୍ଥାନ ର ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ରଥ ଙ୍କ ନେତୃତ୍ୱରେ ଉତ୍କଳ ଦିବସ ସମରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ ଆରମ୍ଭ ରୁ ସ୍ଥାନୀୟ ଅଞ୍ଚଳର ମହିଳା ଗ୍ରୁପ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି ଉତ୍କଳ ଦିବସ ରେ ସମ୍ନାନିତ ଅତିଥି ଭାବେ ନାଗପୁର ପଞ୍ଚାୟତ ସରପଞ୍ଚ ପଦ୍ମପୁର୍ଣ୍ଣା ଦଳାଇ , କବୟିତ୍ରୀ ତଥା ସାହିତ୍ୟକ ତପସ୍ୱିନ ବେହେରା ,ସମାଜସେବୀ ରମାକାନ୍ତ ସାହୁ ,ବିଶିଷ୍ଟ ଶିକ୍ଷାବିତି ବ୍ରଜବନ୍ଧୁ ମିଶ୍ର , ସମାଜସେବୀ ରମେଶ ବେହେରା ମଞ୍ଚାସିନ ଅତିଥି ରୂପେ ଯୋଗଦେଇ ଉତ୍କଳ ଦିବସ ସ୍ମୃତି ଉପରେ ବ୍ୟକ୍ତଵ୍ୟ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଗଙ୍ଗାଧର ଦାସ ସଭାପତିତ୍ୱ କରିଥିଲେ । ସଭା କାର୍ଯ୍ୟ ଆରମ୍ଭ ରୁ ସ୍ୱତନ୍ତ୍ର କଳାକାର ଦ୍ୱାରା ଗୀତ ମାଧ୍ୟମରେ ଉତ୍କଳ ଦିବସ ଉପରେ ଗୀତ ଗାନ କରି ଉପସ୍ଥିତ ଜନତାଙ୍କୁ ଉର୍ଚ୍ଛାହ ଦେଇଥିଲେ ।ଏହି ସମରୋହ ରେ ନାଗପୁର ସହିତ ବିଭିନ୍ନ ଅଞ୍ଚଳରୁ ଶତାଧିକ ଜ୍ଞାନୀ ବୁଦ୍ଧିଜୀବୀ ଏବଂ ବିଭିନ୍ନ ଅନୁଷ୍ଠାନ ତଥା ଗୋପ ବ୍ଲକ ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଉତ୍ସର୍ଗ ପରିବାର ଓ ନିଃସ୍ୱାର୍ଥ ପରିବାର ଏବଂ ଗୋପ ର ବରିଷ୍ଠ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍କଳ ଦିବସ ସମରୋହ କାର୍ଯ୍ୟକ୍ରମ ରେ ବିଜୟ କୁମାର ଦାସ ,ସୁକାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।ନାଗପୁର ଠାରେ ଶ୍ରୀ ଜଗନ୍ନାଥ ସମାଜ କଲ୍ୟାଣ ସଂସ୍ଥାନ ର ସମ୍ପାଦକ ବିରଞ୍ଚି ନାରାୟଣ ରଥ ଙ୍କ ଦ୍ଵାରା ଏପରି ଏକ କାର୍ଯ୍ୟକ୍ରମ କରିଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦ୍ଵାରା ଶ୍ରୀ ରଥକୁ ଧନ୍ୟବାଦ ଦେବା ସହ ପ୍ରଂଶସା କରାଯାଇଥିଲା ।
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)