May 19, 2024

ବେଲଗୁଣ୍ଠା ସାହିତ୍ୟ ଘର ତରଫରୁ ଉତ୍କଳ ଦିବସ ପାଳିତ…

Share

 

ବେଲଗୁଣ୍ଠା, 02/04, ବେଲଗୁଣ୍ଠା ସାହିତ୍ୟ ଘର ଗୋବରା ଆନୁକୂଲ୍ୟରେ 89 ତମ ଉତ୍କଳ ଦିବସ ସ୍ଥାନୀୟ ବିଶ୍ୱ ଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ସାହିତ୍ୟ ଘର ସଭାପତି ଅଭିମନ୍ୟୁ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବିଶିଷ୍ଟ ଗବେଷକ ଡ. ପ୍ରଦୀପ କୁମାର ପଟ୍ଟନାୟକ, ବିଶ୍ୱ ଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟ ଅଧ୍ୟକ୍ଷ କୁଞ୍ଜବିହାରୀ ନାୟକ,ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା, ସମାଜସେବୀ ସ୍ଵସ୍ତି ସୁନ୍ଦର ସିଅ,ଅନୁଷ୍ଠାନ ସମ୍ପାଦକ ଡ.ରତ୍ନ ସାଗର ମଳିକ ପ୍ରମୁଖ ମଞ୍ଚାସୀନ ରହି ଉତ୍କଳ ଦିବସ ପାଳନର ମହତ୍ତ୍ୱ ଉପରେ ନିଜର ବକ୍ତବ୍ୟ ରଖିଥିଲେ I ଅନୁଷ୍ଠାନ ସହସମ୍ପାଦକ ଶିଶିର କୁମାର ସ୍ୱାଇଁ ଅତିଥି ସ୍ୱାଗତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଦିବ୍ୟ ଲୋଚନ ବିଶ୍ୱାଳ, ଶିକ୍ଷାବିତ୍ ବନମାଳୀ ଲେଙ୍କା, ଅନୁଷ୍ଠାନ ଉପସଭାପତି ଶରତଚନ୍ଦ୍ର ଦାସ,ଚନ୍ଦ୍ରମଣି ଲେଙ୍କା,ଶିକ୍ଷାବିତ୍ ଭିକାରୀ ମିଶ୍ର,ରାଜେନ୍ଦ୍ର ବିଷୋୟୀ,ଦୈତାରୀ ମହାରଣା, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ସ୍ଥିତିପ୍ରଜ୍ଞା ମହାରଣା, ମନୋରମା ମିଶ୍ର, ମୂନେନ୍ଦ୍ର ପରିଡ଼ା, ପୂର୍ଣ୍ଣଚନ୍ଦ୍ର ଗୌଡ଼, ଅଶୋକ ଗୌଡ଼, କାହ୍ନୁ ଚରଣ ସ୍ୱାଇଁ, ସନିତ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ I ସ୍ଥିତିପ୍ରଜ୍ଞା ମହାରଣା ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ I ଏହି ଅବସରରେ ଅନୁଷ୍ଠାନ ସଭାପତି ଅଭିମନ୍ୟୁ ଦଳାଇଙ୍କ ରଚିତ ପିଲାଙ୍କ ପାଇଁ ମହାବୀର ହନୁମାନ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା I ସେହିପରି ଅନୁଷ୍ଠାନର ମୁଖପତ୍ର ପ୍ରେରଣାର ବିତରଣ ହୋଇଥିଲା I ସହସମ୍ପାଦକ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ Iକାର୍ଯ୍ୟକ୍ରମରେ ବିଶ୍ୱଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ I
( ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)