April 28, 2026

ନଦୀ ପାର ହୋଇ ଲୋକଙ୍କ ନିକଟରେ ପହଞ୍ଚିଲେ ଜିଲ୍ଲାପାଳ ..

IMG-20260302-WA0003
Share


(ଗୁପ୍ତେଶ୍ୱର ରଥ) ନଦୀ ପାର କରି ଲୋକଙ୍କ ପାଖରେ ପହଞ୍ଚିଛନ୍ତି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ। ନନ୍ଦପୁର ବ୍ଲକର ବିଭିନ୍ନ ଗ୍ରାମକୁ ଗସ୍ତ ସମୟରେ ଜିଲ୍ଲାପାଳ ସ୍କୁଲ, କଲେଜ, ମେଗା ପାନୀୟ ପ୍ରକଳ୍ପ, ନିର୍ମାଣଧୀନ ମେଡିକାଲ ଓ ବତ୍ରିଶ ସିଂହାସନ ପରିଦର୍ଶନ କରିଥିଲେ । ପ୍ରଥମେ ଜିଲ୍ଲାପାଳ ନନ୍ଦପୁର ସର୍ବେଶ୍ଵର ମନ୍ଦିରରେ ପହଞ୍ଚି ନିର୍ମାଣଧୀନ କୋଠା ବୁଲି ଦେଖିଥିଲେ। ଏହା ପରେ ସରକାରୀ ଉଚ୍ଚ ବିଦ୍ୟାଳୟ, ନନ୍ଦପୁର ସିନ୍ଦେଦେବୀ ମହାବିଦ୍ୟାଳୟ, ମେଗା ପାନୀୟ ଜଳ ପ୍ରକଳ୍ପର ତଦାରଖ କରି ବ୍ରତିଶ ସିଂହାସନରେ ହେବାକୁ ଥିବା ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଥୁବା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ନିର୍ମାଣର ତଦାରଖ ପରେ ରାଇସିଂ ପଞ୍ଚାୟତର ଦେବଶଣ୍ଡଗୁଡା ଗ୍ରାମରେ ପହଞ୍ଚି ରାସ୍ତା ସମସ୍ୟାର ସମୀକ୍ଷା କରିଥିଲେ ଜିଲ୍ଲାପାଳ । ବାସୁକି ନଦୀ ପାରି ହୋଇ ଦେବଶଣ୍ଡଗୁଡା ଗ୍ରାମରେ ଜିଲ୍ଲାପାଳ ପହଞ୍ଚିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ଜିଲ୍ଲାପାଳ ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ପାଡୁଆ କଫି ୟୁନିଟ ପରିଦର୍ଶନ କରିଥିଲେ। ଜିଲ୍ଲାପାଳଙ୍କ ଗସ୍ତ ସମୟରେ କୋରାପୁଟ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର, ନନ୍ଦପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଗା ପ୍ରସାଦ ଦୋରା ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ । ମେଗା ପାନୀୟ ଜଳ ପ୍ରକଳ୍ପ ସହ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବୁଲି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ।