ଗଞ୍ଜାମ ବ୍ଲକ ସ୍ତରୀୟ ଜନଶୁଣାଣୀ
ଗଞ୍ଜାମ ବ୍ଲକ କନଫରେନ୍ସ ହଲଠାରେ ବ୍ଲକ ସ୍ତରୀୟ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା l ଏଥିରେ ଏବିଡିଓ ଭବାନୀ ଶଙ୍କର ପ୍ରଧାନ ଅଧକ୍ଷତା କରିଥିଲେ l ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ ପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରବୀନ୍ଦ୍ର ନାଥ ମଲାଣ, ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକ ପ୍ରମୁଖ ମଞ୍ଚାସିନ ଥିଲେ l ଅଧକ୍ଷା କିମ୍ବା ଅପଧକ୍ଷା ଆଜିର ଜନଶୁଣାଣୀ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା l ବିଭିନ୍ନ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର 2016-/17 ଠାରୁ 2020/21/22/23ପର୍ଯ୍ୟନ୍ତ ଆର୍ଥିକ ବର୍ଷର ବିବରଣୀ ପଠନ କରିଥିଲେ l ପନ୍ଦରଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକରେ ମୋଟ 2968 ପ୍ରକଳ୍ପ ମଧ୍ୟରୁ 1709 ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା l ସେଥିରୁ 1050 ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି l ଏଥିପାଇଁ ପଞ୍ଚଯାତ ସ୍ତରରେ 311ଲକ୍ଷ 99 ହଜାର ଏବଂ ବ୍ଲକ ସ୍ତରରେ 347ଲକ୍ଷ 34 ହଜାର ମୋଟ 659ଲକ୍ଷ 33 ହଜାର ବ୍ୟୟ ଅଟକଳ ହୋଇଥିଲା l ମନରେଗାରେ କାମ ପାଇଁ 19 ହଜାର 545 ପରିବାର ଜବକାର୍ଡ ପାଇଁ ପଞ୍ଜିକରଣ କରିଥିଲେ ଏବଂ ସମସ୍ତେ ପରିବାର ଜବକାର୍ଡ ପାଇଛନ୍ତି l ଏଥିସହ 2286 ପରିବାର 100 ଦିନ କାମ କମ୍ପ୍ଲିଟ କରିଛନ୍ତି l 2022/23 ଆର୍ଥିକ ବର୍ଷ ସୁଦ୍ଧା 901937 ଶ୍ରମଦିବସ ସୃଷ୍ଟି ହୋଇ ପାରିଥିବା ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକ ସୂଚନା ଦେଇଥିଲେ l ମୃତିକା ସଂରକ୍ଷଣ, ହଟି କଲଚର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା l ବିଭିନ୍ନ ଲାଇନ ଡିପlଟମେଣ୍ଟ କର୍ମଚାରୀ ମାନେ ନିଜ ନିଜ ମତ ରଖିଥିଲେ l(ପ୍ରଦୀପ କୁମାର ପଣ୍ଡା)