ଗଞ୍ଜାମ ସହରର ପ୍ରସିଦ୍ଧ ଝାମିଯାତ୍ରା ପାଳନ,….
ଗଞ୍ଜାମ ସହରରେ ଅବସ୍ଥିତ ଥିବା ପ୍ରସିଦ୍ଧ ମା ଏଲାମ୍ମା ମନ୍ଦିରରେ ଚଳିତ ବର୍ଷ ଝାମି ଯାତ୍ରା ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଶ୍ରଦ୍ଧାଳୁ ମାନେ ଡହ ଡହ ନିଆଁରେ ଚାଲିଥିବା ଦେଖିବାକୁ ମିଳିଥିଲା l ଏହା ଦେଖିବା ପାଇଁ ହଜାର ହଜାର ଜନ ସମାଗମ ହୋଇଥିଲା l
ତ୍ରିନାଥ ଜେନା, ସୁବି ଜେନା,ହର ପ୍ରସାଦ ଜେନା,ପ୍ରଫୁଲ୍ଲ ଜେନା, ସଞ୍ଜୟ ଜେନା , ମିଟୁ ଜେନା ପ୍ରମୁଖ ଙ୍କ ସହ ଗଞ୍ଜାମ ସହରର ଜେନା ଜେନା ପରିବାର ଉକ୍ତ ଉତ୍ସବର ସୁପରିଚାଳନା କରିଥିଲେ l ମଙ୍ଗଳାବାର ବଢ଼ି ଭୋର ସମୟରୁ ଦିନ ତମାମ ଏଲାମ୍ମା ଠାକୁରାଣୀ ଙ୍କ ନିକଟରେ ପରମ୍ପାରିକ ରୀତିନୀତି ଅନୁଯାଇ ପୂଜାର୍ଚନା କରାଯାଇଥିଲା l ମନ୍ଦିର ମଧ୍ୟରେ ରହିଥିବା ବିରାଟ ହୁଙ୍କା ଚତୁର୍ପାର୍ଶ୍ୱରେ ପରିକ୍ରମା କରିବା ସହ ମା ଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ l ମନ୍ଦିର ମଧ୍ୟରେ ସର୍ପିଳ ଭାଙ୍ଗିରେ ପୂଜକ ଙ୍କ ହୁଙ୍କା ପରିକ୍ରମା ଏବଂ ଏକ ଖଣ୍ଡା ସାହାଯ୍ୟରେ ନିଜ ଶରୀରକୁ ଆଘାତ କରିବା ଶ୍ରଦ୍ଧାଳୁ ମାନଙ୍କୁ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଥିଲା l ଦିନ ତମାମ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଓ ବାଦ୍ୟ ବଜଣା ମନ୍ଦିର ପରିବେଶ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l(ପ୍ରଦୀପ କୁମାର ପଣ୍ଡା)