November 15, 2024
Share

 

*ତାରିଖ 02/03/23, ଗୁରୁବାର*

 

*୧-ହଟ୍ଟଗୋଳ ମଧ୍ୟରେ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ, ୧୦ ଯାଏ ଗୃହ ମୁଲତବି ଘୋଷଣା।*

 

*୨-ରାଜ୍ୟର କୌଣସି ସଂଗ୍ରହାଳୟର ଟିକେଟ ୧୦ ଟଙ୍କାରୁ ଅଧିକ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଛାତ୍ରଛାତ୍ରୀ, କାରିଗର ଓ ବୁଣାକାରଙ୍କ ପାଇଁ ସଂପୂର୍ଣ୍ଣ ମାଗଣା।*

 

*୩-ନକଲି ପ୍ରଶ୍ନପତ୍ର ଭାଇରାଲ ବିରୋଧରେ ସାଇବର ଥାନାରେ ଏତଲା, ଭରସା କରନ୍ତୁ ନାହିଁ କହିଲେ ମନ୍ତ୍ରୀ।*

 

*୪-ଅଭିନେତା ପିଣ୍ଟୁ ନନ୍ଦଙ୍କ ୪୭ ବର୍ଷ ବୟସରେ ପରଲୋକ।*

 

*୫-ମାର୍ଚ୍ଚରୁ ମେ’ ତ୍ରାହି ନାହିଁ, ଉପକୂଳରୁ ଉପାନ୍ତ ସବୁଠି ହେବ ଅଗ୍ନି ବର୍ଷା।*

 

*୬-ଭୁବନେଶ୍ୱର: ଡାକୋଟା ମରାମତି ବେଳେ ଅଘଟଣ,ହାଇଡ୍ରା ବେଲ୍ଟ ଛିଡ଼ି ୨ ଆହତ।*

 

*୭-ଖୁବ୍‌ଶୀଘ୍ର ଓଡ଼ିଶାରେ ପୂରଣ ହେବ ୪୦,୦୦୦ ଶିକ୍ଷକ ପଦବୀ। ଏହି ନିଯୁକ୍ତି ପାଇଁ CBT ମାଧ୍ୟମରେ ହେବ ପରୀକ୍ଷା।*

 

*୮-ସମ୍ବଲପୁର:ଫାଟିଲା ଗ୍ଯାସ ସିଲିଣ୍ଡର,୪ ଅଗ୍ନିଶମ କର୍ମଚାରୀ ଆହତ।*

 

*୯-କୋଣାର୍କ: ଘଣ୍ଟାଏ ବଢ଼ିଲା ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟ। ସକାଳ ୬ଟାରୁ ସଂଧ୍ୟା ୭ଟା ଯାଏଁ ଆସି ପାରିବେ ପର୍ଯ୍ୟଟକ।*

 

*୧୦-ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନାମରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲେ ବିରୋଧୀ।*

 

*୧୧-ଭୁବନେଶ୍ୱର:BMC ଖୋଲିଲା ଜଳଛତ୍ର। ନଳକୂପ ଓ୍ବାଟର ATM ମରାମତି କରିବାକୁ ନିର୍ଦ୍ଦେଶ।*

 

*୧୨-ହାଣ୍ଡିଶାଳରେ ମହଙ୍ଗାମାଡ, ପୁଣି ଘରୋଇ ଏଲପିଜି ସିଲିଣ୍ଡର ଦର ବୃଦ୍ଧି, ଘରୋଇ ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧି।*

 

*୧୩-ଭୁବନେଶ୍ୱର:ଦାୟିତ୍ୱ ନେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।ଉନ୍ନୟନ କମିସନର ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି ଅନୁ ଗର୍ଗ।*

 

*୧୪-ବଡ଼ଗାଁ:ଚିତା ବାଘକୁ ଟ୍ରାଙ୍କୁଲାଇଜ ଉଦ୍ୟମ ପଣ୍ଡ, ଜାଲ ଉପର ଡେଇଁ ପଳାଇଲା।*

 

*୧୫-ପତ୍ନୀହନ୍ତା ସ୍ଵାମୀଙ୍କୁ ୭ ବର୍ଷ ଜେଲ। ଜେଲ ଦଣ୍ଡାଦେଶ ଶୁଣାଇଲେ ମୟୁରଭଞ୍ଜ ଜିଲ୍ଲା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍।*

 

*୧୬-ଆଜି ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ହେବ ଜି-୨୦ ବିଦେଶ ମନ୍ତ୍ରୀମାନଙ୍କ ବୈଠକ।*

 

*୧୭-ନୂଆଦିଲ୍ଲୀ:ଜିଏସ୍‌ଟି ରାଜସ୍ୱ ସଂଗ୍ରହ ୧.୪୯ ଲକ୍ଷ କୋଟି ଟପିଲା।*

 

*୧୮-ପୁଣି ବିଶ୍ୱର ଧନୀ ତାଲିକାରେ ୧ ନମ୍ବର ସ୍ଥାନ ଅକ୍ତିଆର କଲେ ଟ୍ୱିଟର ଓ ଟେସଲା ମାଲିକ ଏଲନ ମସ୍କ।*

 

. *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*