ଉଦଯାପିତ ହେଲା ବଂଶଧାରା ବସନ୍ତ ମହୋତ୍ସବ ଶେଷ ରାଜନୀରେ ମତୁଆଲା କଲା ତେଲୁଗୁ କାର୍ଯ୍ୟକ୍ରମ
ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ପାଞ୍ଚ ଦିନ ଧରି ଚାଲୁଥିବା ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ଗତକାଲି ରାତିରେ ଉଦଯାପିତ ହୋଇଛି । ଗତକାଲି ରାତିରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ, ଆଦିବାସୀ କଲ୍ୟାଣ ବିଭାଗ ଉପଦେଷ୍ଟା ପୃଥ୍ୱୀରାଜ ସାହୁ, ହାଇଟେକ ମେଡ଼ିକାଲ କଲେଜ ତିରୁପତି ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଭାଇଚାରା ର ଏହି ମହାନ ଗଣପର୍ବ ଦ୍ୱାରା ବିଭିନ୍ନତା ମଧ୍ୟରେ ଏକତା ସୂତ୍ରରେ ବାନ୍ଧି ରଖିପାରିଛି ବୋଲି ମତ ଦେଇଥିଲେ । ଏହି ଅବସରରେ ମଞ୍ଚ ଉପରେ ପୁରସ୍କାର ବିତରଣ କରଯାଇଥିଲା । ପରେ ବିଭିନ୍ନ ନୃତ୍ୟଗୀତ ସାଙ୍ଗକୁ ତେଲୁଗୁ ଭାଷାଭାଷୀ ଙ୍କ ପାଇଁ ଆନ୍ଧ୍ରପ୍ରଦେଶ ରୁ ଆସିଥିବା କଳାକାର ମାନେ ଭରପୁର ମନରଞ୍ଜନ କରିଥିଲେ । ସେହିଭଳି ଗତକାଲି ମହୋତ୍ସବ ରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା । କପିଳପୁର ବାଟ ରେ ଟ୍ରାଫିକ ଜାମ୍ ରହିବାରୁ ଲୋକେ ଚାଲି ଚାଲି ବି ଆସିବାରେ ସମର୍ଥ ହୋଇ ନ ଥିଲେ । ପରେ ମହୋତ୍ସବ ର ସ୍ବେଚ୍ଛାସେବୀ, ପୁଲିସ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିଥିଲେ । କାର୍ଯ୍ୟକ୍ରମ କୁ ନବ ନିର୍ମାଣ ସମିତି ଅଧ୍ୟକ୍ଷ ଅକ୍ଷୟ ଦାଶ, ଉପ ସଭାପତି ଉମା ଦାଶ, ସମ୍ପାଦକ ରଞ୍ଜିତ ପାଢ଼ୀ, ସପନ ଦାସ, ରାଜେଶ ପାଢ଼ୀ, ଡ଼ ପ୍ରଶାନ୍ତ କୁମାର ହୋତା ପ୍ରମୁଖ ପରିଚାଳନା କରିଥିଲେ ।
