April 25, 2026

ବଡ଼ପାରୀ ଗ୍ରାମ ଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ପୀଠରେ ପଞ୍ଚ କୁଣ୍ଡିୟ ଗୀତା ମହାଯଜ୍ଞ ଅନୁଷ୍ଠିତ

IMG-20251201-WA0144
Share

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ବ୍ଲକ ର ବଡପାରୀ ଗ୍ରାମବାସୀ ଙ୍କ ପକ୍ଷରୁ ବଡପାରୀ ଗ୍ରାମ ଶ୍ରୀ ନୀଳକଣ୍ଠେଶ୍ଵର ଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ସ୍ଥିତ ଶ୍ରୀ ଶ୍ରୀ ଅନନ୍ତ ବାସୁଦେବ ଙ୍କ ପୀଠରେ ପଞ୍ଚ କୁଣ୍ଡିୟ ଗୀତା ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଅଛି,ଏହି ଗୀତା ମହାଯଜ୍ଞ ଦୀର୍ଘ ୩୦ ବର୍ଷ ହେଲା ଅନୁଷ୍ଠିତ ହୋଇଆସୁଆଛି। ଏହି ଅବସରରେ ଆଜି ଭୋର ସମୟରେ ଅଙ୍କୁରାରୋପଣ ସହ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହା ସହ ସୂର୍ଯ୍ୟ ପୂଜା ଓ ଗୋପୁଜା ବୈଦିକ ରୀତିରେ ସମ୍ପନ୍ନ ହୋଇଥିଲା। ଏକ ଦିନିୟ ଗୀତା ମହାଯଜ୍ଞ ଆଜି ସନ୍ଧ୍ୟାରେ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା। ବିଶ୍ୱର କଲ୍ୟାଣ ସହ ଗାଁ ଲୋକଙ୍କର କଲ୍ୟାଣ ପାଇଁ ଏହି ଯଜ୍ଞ ଅନୁଷ୍ଠିତ ହୋଇ ଆସୁଅଛି । ଏହି ଗୀତା ମହାଯଜ୍ଞ କାର୍ଯ୍ୟକ୍ରମ ଶେଷ ହେବା ପରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଭକ୍ତ ମାନେ ପ୍ରସାଦ ସେବନ କରି କୃତ୍ୟ କୃତ୍ୟ ହୋଇଥିଲେ।