ନବରଙ୍ଗପୁର ଜିଲ୍ଲା ରାଇଘର କଲେଜ ର ବିନା ଗଣ୍ଡ ଟେନିସ ବଲ୍ କ୍ରିକେଟ ରେ ଓଡ଼ିଶା ଟିମ୍ ପାଇଁ ମନୋନୀତ……
ନବରଙ୍ଗପୁର :-(ଏମ୍.ଦୀନା°ଶୁ ଆଚାରୀ) ରାଇଘର ପଞ୍ଚାୟତ ସମିତି ଉଛ ମାଧ୍ୟମିକ ବିଦ୍ୟାଳୟ ର ପ୍ରଥମ ବର୍ଷ ର କଳା ବିଭାଗ ର ଛାତ୍ରୀ ବିନା ଗଣ୍ଡ ଟେନିସ ବଲ କ୍ରିକେଟରେ ଓଡ଼ିଶା ଟିମ ରେ ସ୍ଥାନ ପାଇଛନ୍ତି। ଆସନ୍ତା ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଆଗ୍ର। ଠାରେ ଅନୁଷ୍ଠିତ ହେବ।କୁ ଥିବା ୩୩ ତମ ଜୁନିୟର ଜାତୀୟ ଟେନିସ ବଲ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥି ପାଇଁ ଓଡ଼ିଶା ରୁ ୧୪ ଜଣ କ୍ରୀଡାବିତ୍ ଏହି ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହେଇ ଥିବା ବେଳେ ନବରଙ୍ଗପୁର ଜିଲ୍ଲା ରୁ ହିଁ ୩ କ୍ରୀଡ଼ା ବିତ୍ ମନୋନୀତ ହେଇଛନ୍ତି। ସେଥି ମଧ୍ୟରୁ ବିନା ଜଣେ। ରାଜ୍ୟ ଟେନିସ ବଲ କ୍ରିକେଟ ସଙ୍ଘ ର ସମ୍ପାଦକ ସିଥିଲ କୁମାର ପଣ୍ଡା ନବରଙ୍ଗପୁର ଜିଲ୍ଲା ସଭାପତି ଙ୍କୁ ଏକ ପତ୍ର ମ।ଧ୍ୟମ ରେ ଅବଗତ କରାଇଛନ୍ତି। ଆଜି ଏହି ଖବର ପହଞ୍ଚିବ। ପରେ କଲେଜ ଅଧ୍ୟାପକ , ଅଧ୍ୟାପିକା କର୍ମଚାରୀ ଓ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଖୁସୀ ର ଲହରୀ ଖେଳି ଯାଇଛି। ଅଧ୍ୟକ୍ଷ ପରୀକ୍ଷିତ ସାହୁ, ଇଂରାଜୀ ଅଧ୍ୟାପକ ଡକ୍ଟର ଦିନବନ୍ଧୁ ନନ୍ଦୀ , ଅର୍ଥନୀତି ଅଧ୍ୟାପକ ରମେଶ ଚନ୍ଦ୍ର ପଟ୍ଟନାୟକ, ରାଜନୀତି ବିଜ୍ଞାନ ଅଧ୍ୟାପକ କିଶୋର କୁମାର ପାଲ, ବାଣିଜ୍ୟ ବିଭାଗ ର ଅଧ୍ୟାପକ ଦିବାକର ଚନ୍ଦ୍ର ଦେ ଓ ଜଗଦୀଶ ପଟ୍ଟନାୟକ, କ୍ରୀଡ଼ା ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ଅଧ୍ୟାପିକା ରୁକ୍ମିଣୀ ଟା ଟାକ୍ରି, ଗ୍ରନ୍ଥ।ଗ।ର ସତ୍ୟନାରାୟଣ ନାୟକ, ଦିଲୀପ କୁମାର ପଦ।ର, ପ୍ରଲିଭା ଭୁଇୟା, ଶକ୍ତି ଜେନା , ସଦ।ରାମ କେଉଁଟ, ବୁଧେଶ୍ୱର୍ ମଣ୍ଡଳ ,ଭବାନୀ ପନକ। ଓ ବିଭୀଷଣ ଗଣ୍ଡ ପ୍ରମୁଖ କର୍ମଚାରୀ ବିନା କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
