ଅତାବିରା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନା ଭୁକ୍ତ ) ର ଦାବିପତ୍ର ପ୍ରଦାନ
,ତା ୧/୧୨ ସୁରେନ୍ଦ୍ର କଠାର,ବରଗଡ
ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅତାବିରା ଠାରେ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନା ଭୁକ୍ତ) ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା,ଗଣ ଶିକ୍ଷା ମନ୍ତ୍ରୀ ଓଡ଼ିଶା,ମୁଖ୍ୟ ଶାସନ ସଚିବ ଓଡ଼ିଶା ଏବଂ ଗଣ ଶିକ୍ଷା ସଚିବଙ୍କୁ ଙ୍କୁ ଦୁଇ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା । ପ୍ରଥମ ଦାବି ପ୍ରାଥମିକ ଶିକ୍ଷକଙ୍କ ମୂଳ ପଦବୀକୁ ଅପଗ୍ରେଡ୍ କରି ଲେବଲ୍ -୯ ଅନୁଯାୟୀ ମୂଳ ବେତନ ଟ୩୫,୪୦୦ /- ପ୍ରଦାନ । ଏବଂ ଦ୍ଵିତୀୟ ଦାବି ୨୦୦୧ ମସିହା ଠାରୁ ଅଦ୍ୟାବଧୂ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ମାନଙ୍କର ଠିକା କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରିବା ସହିତ ନୋସୋନାଲ୍ ଇନ୍କ୍ରିମେଣ୍ଟ୍ ପ୍ରଦାନ । ଏହି ଦାବି ଆସନ୍ତା ତା ୦୪-୧୨-୨୦୨୫ ରିଖ ସୁଦ୍ଧା ସରକାର ପୁରଣ ନକଲେ ରାଜ୍ୟ ପ୍ରାଥମିକ ଶିକ୍ଷକ ମହା ସଂଘ ଓଡ଼ିଶା ର ଆହ୍ଵାନ କ୍ରମେ ବ୍ଲକର ସମସ୍ତ ପ୍ରାଥମିକ ଶିକ୍ଷକ ( ନୂତନ ପେନସନ ଯୋଜନା ଭୁକ୍ତ ) ଆନ୍ଦୋଳନ ରେ ସାମିଲ ହେବେ । ଦାବି ପତ୍ର ପ୍ରଦାନ ସମୟରେ ସଂଘ ର ସଭାପତି ବିରେନ୍ଦ୍ର କୁମାର ଭୋଇ, ଅତାବିରା ସମନ୍ୱିତ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ରଶ୍ମିରଞ୍ଜନ ସାହୁ,ବରଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନା ଭୁକ୍ତ) ର ସଭାପତି ନନ୍ଦିଘୋଷ ଭୁଏ, ଶିକ୍ଷକ ମନୋରଞ୍ଜନ ମିଶ୍ର, ଅନୁତାପ ପଶାୟତ,ପ୍ରଶାନ୍ତ ସେଠ୍,ମନୋରଞ୍ଜନ ପ୍ରଧାନ,ଲୋକନାଥ ମହାନନ୍ଦ,ସୁଶାନ୍ତ ତ୍ରିପାଠୀ ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ବହୁ ଦିନର ଦାବି ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ପୁରଣ କରି ନାହାନ୍ତି ।
