ଶିଶୁ ବାଟିକା ପକ୍ଷରୁ ପରିବା ପ୍ରଦର୍ଶନୀ

ବୁଗୁଡା : ତା ୦୧/୧୨/୨୫ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ପକ୍ଷରୁ ପରିବା ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ବାଟିକା ପ୍ରମୁଖ ଗୁରୁମା ମମତା କୁମାରୀ ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାର ପରିବା ପ୍ରଦର୍ଶିତ ହେବା ସାଙ୍ଗକୁ ସେଗୁଡିକର ଉପାଦେୟତା ସମ୍ପର୍କେ ଶିଶୁମାନଙ୍କୁ ଅବଗତ କରାଯାଇଥିଲା। ଏଥି ସହ ଅରୁଣ , ଉଦୟ ଓ ପ୍ରଭାତ ଶ୍ରେଣୀର କେତେକ ଶିଶୁ ବିଭିନ୍ନ ପରିବା ଭୁମିକାରେ ଅଭିନୟ କରି ଏକ ନାଟକ ପରିବେଷଣ କରିଥିଲା ବେଳେ ଅନ୍ଯ ଶିଶୁମାନେ ଏହାକୁ ମନଭରି ଉପଭୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଗୁରୁମା ରଶ୍ମିତା ଜେନା, ସୁଜାତା ମହାପାତ୍ର, ଅର୍ଚ୍ଚନା ଦଳବେହେରା, ରାକ୍ଷୀ ସ୍ବାଇଁ, ଜୟଶ୍ରୀ ଦୋରା ଓ ପାପା ବିଷୋୟୀ ପ୍ରମୁଖ ପରିଚାଳନା କରିଥିଲେ।
