April 26, 2026

ଲମତାପୁଟ ଠାରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20251201-WA0116
Share

 

 

 

ଲମତାପୁଟ : କୋରାପୁଟ ଜିଲା ଲମତାପୁଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧରେ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମଜାଜନ ,ଉପ ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ, ନନ୍ଦପୁର ଏସଡିପିଓ ଦେବେନ୍ଦ୍ର ମହାଲିକ,ପିଏ ଆଇଟିଡିଏ ସ୍ନେହପ୍ରଭା ମାଝୀ ମାଛକୁଣ୍ଡ ତହସିଲଦାର ଦିବାକର ବାଘ, ,ଖଣ୍ଡିୟ ବନ ବିଭାଗ ଅଧିକାରୀ ରାଜ ଶେଖର ରାଓ,ଲମତାପୁଟ ବ୍ଲକ ଅଧକ୍ଷ ତାପସ କୁମାର ଚାଲାଣ, ଡ଼ ଦେବଦାତା ମହଲିକ ଡିପିଏଚଓ ଉପସ୍ଥିତ ରହିଥିଲେ l ଜିଲ୍ଲାପାଳ ଲମତାପୁଟ ଠାରେ ଆୟୋଜିତ ମିଳିତ ଜଣାଶୁଣାଣୀ କାର୍ଯ୍ୟକ୍ରମରେ ଯୋଗଦେଇ ମୋଟ 28ଗୋଟି ବିଭିନ୍ନ ଅଭିଯୋଗର ଜନ ଶୁଣାଣୀ କରିଥିଲେ l ବ୍ୟକ୍ତିଗତ ସମସ୍ୟା ଉପରେ 10ଓ ସାମୁହିକ ଭାବରେ 18ଗୋଟି ସମସ୍ୟା ଉପରେ ଲୋକଙ୍କୁ ଠାରୁ ଅଭିଯୋଗ ଗ୍ରହଣ କରିବା ପରେ ଶୁଣାଣୀ ସ୍ଥଳରେ 6ଗୋଟି ସମସ୍ୟାର ସମାଧାନ କରିଥିଲେ l ପରେ ଉପସ୍ଥିତ ବିଭିନ୍ନ ବିଭାଗ ରେ ଆସିଥିବା ଅଭିଯୋଗ ଗୁଡିକ ତୁରନ୍ତ ତଦନ୍ତ କରି ସମସ୍ୟା ସମାଧାନ କରିବା ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ତେବେ ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ ତାଣ୍ଡି ଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଲମତାପୁଟ ଗୋଷ୍ଠି ଉନ୍ନୟନ ଅଧିକାରୀ ଜୟନ୍ତ କୁମାର ମେହେର ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର