April 26, 2026

ରକ୍ତାଭାବ ଦୂରୀକରଣ ପାଇଁ ପୁରୀରେ ରକ୍ତଦାନ ଶିବିର  ସଖା ସହାୟ ଓ ସାହିଭାଇ ସଂଗଠନର ପ୍ରୟାସରେ ଅନୁଷ୍ଠିତ

IMG-20251201-WA0051
Share

 

ପୁରୀ ଜିଲ୍ଲା ଚିକିତ୍ସାଳୟରେ ରକ୍ତାଭାବକୁ ଦୃଷ୍ଟିରେ ରଖି ସଖା ସହାୟ ଓ ସାହିଭାଇ ସଂଗଠନର ଯୁଗ୍ମ ପ୍ରଚେଷ୍ଟାରେ ରାଣୀ ସତୀଭବନ, ବଡଶଙ୍ଖ ଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଗଲା। ଶିବିରରେ ମୋଟ ୪୦ unit ରକ୍ତ ସଦସ୍ୟ ଓ ସ୍ଥାନୀୟ ଯୁବକମାନେ ସ୍ୱଇଛାପୂର୍ବକ ଦାନ କଲେ। ଏହି ଶିବିରକୁ ପୁରୀ ବ୍ଲଡ୍‌ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ସଫଳ କରିଥିଲେ। ଶିବିରର ଉଦ୍‌ଘାଟନ ସଖା ସହାୟର ଅଧ୍ୟକ୍ଷ ଶ୍ରୀ ଦିବାକର ହାତି ଓ ସହିଭାଇ ସଂଗଠନର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ବ୍ରଜବନ୍ଧୁ ମହାରଣା କରିଥିଲେ। ପୁରୀ ମେଡିକାଲ ବ୍ଲଡ୍ ବ୍ୟାଙ୍କର ଅଧିକାରୀ ଶିବିରକୁ ପରିଦର୍ଶନ କରି ସଂଗଠନମାନଙ୍କ ଏହି ପ୍ରୟାସକୁ ସ୍ବାଗତ କରିଥିଲେ ।

 

ଶିବିର ଶେଷରେ ସହିଭାଇ ସଂଗଠନର ସମ୍ପାଦକ ଶ୍ରୀ ଚନ୍ଦ୍ରଶେଖର ମିଶ୍ର ସମସ୍ତ ରକ୍ତଦାତା, ସେବାଦାତା, ବ୍ଲଡ୍ ବ୍ୟାଙ୍କ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜଣାଇଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l