ଶାରୀରିକ ଓ ମାନସିକ କ୍ଷେତ୍ରରେ ନୃତ୍ୟ ହିଁ ଅପରିହାର୍ଯ୍ୟ : ପଦ୍ମଚରଣ ରାଉତ
ଗୋପ :-ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନୟାହାଟ କଲେଜ ଛକ ଠାରେ ମହାବୀର ଡ୍ୟାନ୍ସ ଏକାଡେମୀ ର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲବରୀ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ପ୍ରଣୟ କୁମାର ସାହୁ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୁରୁ ପ୍ରସାଦ ମହାନ୍ତି ,ସମ୍ନାନିତ ଅତିଥି ଭାବେ ଧୁମାଳ ପଞ୍ଚାୟତ ଯୁବ ସମାଜସେବୀ ଅଭିମନ୍ୟୁ ସିଂ ,ସମାଜସେବୀ ମାନସ ରଞ୍ଜନ ପାତ୍ର ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଚିତ୍ରା ନନ୍ଦ ପାତ୍ର , ନୃତ ଓ ସଙ୍ଗୀତ କଳାପ୍ରେମୀ ସୁରେନ୍ଦ୍ର କୁମାର ସ୍ଵାଇଁ ,ନୟା ହାଟ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ର ପ୍ରିନସପାଲ ଜୟ ନାରାୟଣ ସ୍ଵାଇଁ ,ବିଶିଷ୍ଟ ସମାଜସେବୀ ନେତ୍ରାନନ୍ଦ ମାଣିକ ଯୋଗଦେଇ ଆନୁଷ୍ଠାନିକ ଭାବେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ ।ଏହି ସଭାରେ ଅନୁଷ୍ଠାନର ସଭାପତି ପଦ୍ମଚରଣ ରାଉତ ସଭାରେ ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ସରୋଜ କୁମାର ମିଶ୍ର ସଭା ପରିଚାଳନା କରିଥିଲେ। ଉକ୍ତ ଏକାଡେମୀ ର ପ୍ରତିଷ୍ଠାତା ପରୀକ୍ଷିତ ବାରିକ ଓ ତାଙ୍କ ଧର୍ମପତ୍ନୀ ସ୍ନିଗ୍ଧାରାଣୀ ରାଉତ ଙ୍କ ଆପ୍ରାଣ ଉଦ୍ୟମ ଫଳସରୂପ ଆଜି ନୟାହାଟ ଓ ଏହାର ଆଖପାଖ ଅଞ୍ଚଳ ରେ ବେସ ସୁନାମ ଅର୍ଜନ କରିଛି l ଉକ୍ତ ନୃତ୍ୟଉତ୍ସବ କୁ ସରସ ସୁନ୍ଦର କରିବାପାଇଁ ବିଶିଷ୍ଟ ଭାଷ୍ୟକାର ତଥା ଆଙ୍କରି ସଂଗ୍ରାମ ଭୋଳ । ଗ୍ରାମାଞ୍ଚଳରେ କୁନି କୁନି ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଲୁକାୟିତ କଳା କୁ ଲୋକ ଲୋଚନକୁ ଆଣିବା ପାଇଁ ମହାବୀର ଡ୍ୟାନ୍ସ ଏକାଡେମୀ ର ଉଦ୍ଦେଶ୍ୟ ବୋଲି ଆୟୋଜକମାନେ କହିଥିଲେ । ଏହି ନୃତ୍ୟ ମାଧ୍ୟମରେ କୁନି କୁନି ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଭଲ ପାଠ ପଢିବା ସହିତ ସାମାଜିକ ଚଳନୀ ଆଧ୍ୟାତ୍ମିକ ଚିନ୍ତା ଧାରା ବଢ଼ାଇ ଥାଏ ବୋଲି ଅତିଥି ମାନେ ନିଜ ନିଜର ମତ ବ୍ୟକ୍ତ କରିଥିଲେ । ମହାବୀର ଡ୍ୟାନ୍ସ ଏକାଡେମୀ ର ଦ୍ୱିତୀୟ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ଚଳଚ୍ଚିତ୍ର ଅଭିନେତା ରାଜେଶ ଦେଓ ,ସନ୍ତୋଷ ବିଶ୍ୱାଳ ,ଗୋପାଳ ପଟ୍ଟନାୟକ ,ସମ୍ବିତ ରାୟ ଅଭିନେତ୍ରୀ ଅନିଏଲ ଅଙ୍କିତା ଯୋଗଦେଇ ନୃତ୍ୟ ପରିବେଷଣ କରୁଥିବା ଛାତ୍ର ଓ ଛାତ୍ରୀମାନଙ୍କ ନୃତ ଦେଖି ମୁଗ୍ଧ ହେବା ସହ ଉଚ୍ଚ ପ୍ରଶଂସା କରି ଆଗାମୀ ଦିନରେ କିଭଳି ଭାବେ ଛାତ୍ର ଛାତ୍ରୀମାନେ ଆହୁରି ଉନ୍ନତି କରିବା ସହ ଜାତୀୟ ସ୍ତରରେ ଅନୁଷ୍ଠାନ ର ନା ରଖିବେ ବୁଝାଇ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ନୃତ୍ୟଗୁରୁଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ସହିତ ଉତରୀୟ ଦେଇ ସମ୍ନାନିତ କରାଯାଇଥିଲା । ଅନୁଷ୍ଠାନ ର ପରଖିତ ବାରିକ ,ସ୍ନିଗ୍ଧାରାଣୀ ରାଉତ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ମାନେ ଯୋଗଦେଇ ସହଯୋଗ କରିବାକୁ ।ଏହି ଦ୍ୱିତୀୟ ବାର୍ଷିକ ଉତ୍ସବ ରେ ନୃତ୍ୟ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଶତାଧିକ ଲୋକ ନୃତ୍ୟ ଦେଖିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
