April 26, 2026
ajiro khabar
Share

 

 

ରାଜ୍ଯରେ ମାଗଣା ରୋଗୀ ସେବାପାଇଁ ଗଡିବ ଆଉ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ।

 

ଗରୀବ ଭୂମିହୀନ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଘର ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦେଲେ ମୋହନ ମାଝୀ ସରକାର

 

ଆଜିଠାରୁ କୋଣାର୍କ ମହୋତ୍ସବ ଆରମ୍ଭ। ମୁକ୍ତାକାଶ ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ

 

ବର୍ଷକରୁ ଅଧିକ ହେଲାଣି, ସରକାରୀ କର୍ମଚାରୀ ନିଜର ସମ୍ପତ୍ତି ଘୋଷଣା କରୁନାହାନ୍ତି। ଏଥର ନଦେଲେ ପଦୋନ୍ନତି ମିଳିବ ନାହିଁ ବୋଲି ଧମକ ଦେଲେ ସରକାର।

 

କଟକ ବାରବାଟୀ ଟି-ଟ୍ବେଣ୍ଟି କ୍ରିକେଟ ମ୍ୟାଚ ପାଇଁ ଆଜିଠାରୁ ଅନଲାଇନ୍ ଟିକେଟ ବିକ୍ରି ଆରମ୍ଭ। ୫ ତାରିଖରୁ ଅଫଲାଇନରେ ଟିକେଟ୍ ବିକ୍ରି ହେବ।

 

ରାଜ୍ୟର ୩୧୫ ଆଦର୍ଶ ବିଦ୍ୟାଳୟ ସ୍କୁଲରେ ଖାଲିପଡ଼ିଛି ୨୪୬୭ ଶିକ୍ଷକ ପଦ। ୨୬୧ ସ୍କୁଲରେ ଅଧ୍ୟକ୍ଷ, ୧୮୫ରେ ଉପାଧ୍ୟକ୍ଷ ନାହାନ୍ତି। ସମସ୍ତ ୩୧୫ ଗ୍ରନ୍ଥାଗାରିକ ପଦ ଖାଲି। ଏହାର ଛାତ୍ରବୃତ୍ତି ବନ୍ଦ ହୋଇଗଲାଣି।

 

କଟକ ସହରରେ ମାସେ ଭିତରେ ରାସ୍ତାରେ ବୁଲା କୁକୁରଙ୍କ ପାଇଁ ୨୦ରୁ ଅଧିକ ଦୁର୍ଘଟଣା। କୁକୁର କାମୁଡ଼ାରେ ଅନେକ ଲୋକ ଆହତ।

 

ପାରାଦୀପ ବନ୍ଦର ବର୍ଥରେ କୋଇଲା ବୋଝେଇ ଜାହାଜରେ ନିଆଁ ଲାଗିଗଲା। କେହି ମୃତାହତ ନାହାନ୍ତି।

 

ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାରେ ନିଜର ପୋଷା କୁକୁରକୁ ନେଇ ଯାଇଥିବା ରୋଗୀଙ୍କୁ ନିସ୍ତୁକ ପିଟିଲେ ସୁରକ୍ଷାକର୍ମୀ। ଭିଡିଓ ଭାଇରାଲ

 

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ନେଇ ଉତ୍ତେଜନା।

 

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ୨୮ ଟିକିଆ ହାତୀପଲ ପଶିଲେ। ଲୋକେ ଆତଙ୍କିତ।

 

ବାଲେଶ୍ଵର ସୋରରେ ବେଆଇନ ବାଲି ବୋଝେଇ ବେଳେ ମାଡ଼ିବସିଲା ପ୍ରଶାସନ, ୧୫ ଟ୍ରକ ପଥର ଓ ବାଲି ଜବତ।

 

ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ୧୦ ଶିକ୍ଷକଙ୍କ ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ ଜାରି କଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ।

 

ୟୁନିଫର୍ମ ବଣ୍ଟନରେ ଅବହେଳା ନେଇ ଖୋର୍ଦ୍ଧା ଜିଲ୍ଲାର ୨୩୭ ଜଣ ପ୍ରଧାନ ଶିକ୍ଷକ ଓ ୮ ବିଇଓଙ୍କ ଦରମା ବନ୍ଦ।

 

ରାଜ୍ୟରେ ମୋଟ ୬୬,୧୨୧ଜଣ ଏଚ୍‌ଆଇଭି ସଂକ୍ରମିତ ଚିହ୍ନଟ। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ, ତା ପଛକୁ ଖୋର୍ଦ୍ଧା, କଟକ, ବାଲେଶ୍ୱର, ଅନୁଗୁଳ ଓ ନବରଙ୍ଗପୁର।

 

ବ୍ରହ୍ମପୁର ଗୋପାଳପୁର ବେଳାଭୂମି ନିକଟରେ ୯ କୋଟିରେ ନିର୍ମିତ ଇକୋ ରିଟ୍ରିଟ୍‌ ସେଣ୍ଟର ଏବେ ବି ଉଦ୍‌ଘାଟନ ଅପେକ୍ଷାରେ। ବ୍ୟବହାର ହୋଇପାରୁନି

 

ଓଡ଼ିଶାରେ ମାଓବାଦୀଙ୍କ ପାଇଁ କମ୍ବିଂ ଅପରେସନ ଚାଲିଛି। ଗଞ୍ଜାମର ଗସମା, ଦଶପଲ୍ଲାର ତାମୁଣ୍ଡି-ଭିରୁଡ଼ା, କନ୍ଧମାଳର ପାହାଡ଼ିଆ ଅଞ୍ଚଳ, ବୌଦ୍ଧ ଏବଂ ନୟାଗଡ଼ ସୀମାର ଲଙ୍ଗଳ ଖୋଲ ଓ ବାଇଶିପଲି।

 

ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାରେ ୩୭ ଜଣ ମାଓବାଦୀ ଆତ୍ମସମର୍ପଣ କଲେ। ଏଥିରେ ୧୨ ଜଣ ମହିଳା କ୍ୟାଡରର ସଦସ୍ୟ ଅଛନ୍ତି।

 

ରାଞ୍ଚିରେ ଟିମ ଇଣ୍ଡିଆର ବିଜୟ। ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ୧୭ ରନ୍‌ରେ ହରାଇ ମ୍ୟାଚ୍ ଜିତିଲା ଭାରତ, ୧-୦ ସିରିଜ୍‌ରେ ଆଗୁଆ।

 

ନିର୍ବାଚନ କାମ ପାଇଁ ବିଏଲଓ ମାନଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି। ଭୋଟର ତାଲିକା ଅପଡେଟ୍ ପାଇଁ ଅତିରିକ୍ତ ଦୁଇ ହଜାର ଟଙ୍କା ମିଳିବ।

 

ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଓ ସୋନିଆଙ୍କ ବିରୋଧରେ ଏଫଆଇଆର, କଂଗ୍ରେସ କହିଲା ଶସ୍ତା ରାଜନୀତି

 

ନିର୍ବାଚନ ପାଇଁ ପ୍ରତିଶ୍ରୁତି ଓ ପରେ ଲୋକଙ୍କୁ ଟଙ୍କା ବାଣ୍ଟିଲେ ଦେଶ କାଙ୍ଗାଳ ହୋଇଯିବ ବୋଲି ଚେତାବନୀ ଦେଲେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଡି ସୁବାରାଓ

 

ଶ୍ରୀଲଙ୍କାରେ ପ୍ରଳୟ ରଚିଥିବା ସାମୁଦ୍ରିକ ଝଡ଼ ଡିଟୱା ତାମିଲନାଡୁ କିମ୍ବା ଦକ୍ଷିଣ ଆନ୍ଧ୍ର ପ୍ରଦେଶର ପାଖଦେଇ ଯିବାର ଅନୁମାନ।

 

ସବୁ ରାଜ୍ୟକୁ ଜାତୀୟ ମାନବାଧିକାର କମିଶନଙ୍କ ଚିଠି। ବେପରୁଆ ଭାବରେ ଚାଲୁଥିବା ସ୍ଲିପର ବସ ଗୁଡିକୁ ବନ୍ଦ କର।

 

ଆଗକୁ ବିନା ସିମରେ ଚାଲିବନି ହ୍ବାଟସଆପ୍। ୯୦ ଦିନରେ ସବୁ ମେସେଜିଂ ଆପ୍ ରେ ଲାଗୁ ହେବ ସିମ୍ ବାଇଣ୍ଡିଙ୍ଗ ନିୟମ

 

ଆମେରିକାରେ ଭାରତୀୟ ମାନଙ୍କ ଭିସା ବନ୍ଦ କରିବା ଉଚିତ ନୁହେଁ ବୋଲି କହିଲେ ଏଲନ ମସ୍କ।

 

ଆଜି ବିଶ୍ୱ ଏଡସ ସଚେତନତା ଦିବସ

ପର୍ତ୍ତୁଗାଲ ସ୍ୱାଧୀନତା ଦିବସ

ବିଏସଏଫ ସ୍ଥାପନ ଦିବସ

 

 

ଆଜି ଜନ୍ମଦିନ: ରାଜା ମହେନ୍ଦ୍ର ପ୍ରତାପ, ମେଧା ପାଟେକର, ହେମାନନ୍ଦ ବିଶ୍ୱାଳ, ପର୍ଶୁରାମ ମାଝୀ

 

ଆଜି ତିରୋଧାନ: ବିଜୟଲକ୍ଷ୍ମୀ ପଣ୍ଡିତ

 

ଇତିହାସରେ ଆଜି: (୧୯୩୩) କଲିକତା ଓ ଢାକା ମଧ୍ୟରେ ବିମାନସେବା ଆରମ୍ଭ/ (୧୯୫୯) ପୃଥିବୀର ପ୍ରଥମ ରଙ୍ଗୀନ ଫଟୋ ଉତ୍ତୋଳନ/ (୧୯୬୩) ନାଗାଲାଣ୍ଡ ହେଲା ଦେଶର ୧୬ତମ ରାଜ୍ୟ/ (୧୯୬୫) ବିଏସଏଫ ବାହିନୀ ଗଠିତ/ (୧୯୫୫) ଆମେରିକାରେ ଗୋରା ବ୍ୟକ୍ତିଙ୍କୁ ସିଟ ନଛାଡି କଳା ମହିଳା ଗିରଫ/ (୧୯୭୬) ବାଙ୍ଗଲାଦେଶରେ ଜିଆ ଉର ରହେମାନ ନିକକୁ ରାଷ୍ଟ୍ରପତି ଘୋଷଣା କଲେ

=======================

*ବନ୍ଦେ ଉତ୍କଳ ଜନନୀ*