April 26, 2026

ଆଦିବାସୀ କଲ୍ୟାଣ ପରିଷଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିକଶିତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20251201-WA0013
Share

କୋଲନରା 🙁 ସଞ୍ଜୀବ କୁମାର କଣ୍ଡାଗରୀ ) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବାଙ୍କିଲି ଗ୍ରାମ ପଞ୍ଚାୟତ ନିକଟସ୍ଥ ବାଡିସଲା ଗ୍ରାମର ଆଦିବାସୀ କଲ୍ୟାଣ ପରିଷଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ମାଧ୍ୟମିକ ବିଦ୍ୟାଳୟ ର କର୍ତ୍ତୃପକ୍ଷ ଙ୍କ ଦ୍ଵାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଭାପତି କଣ୍ଡାଗରୀ ଲେଙ୍କା ଓ ଅଧ୍ୟକ୍ଷ ଆମାନ ଶବର ଙ୍କ ତତ୍ୱ।ବଦନ ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ବିଦ୍ୟାଳୟରେ ଜନ ଜାଗରଣ ମଞ୍ଚ ରାୟଗଡ଼ା ତରଫରୁ ପ୍ରକାଶ ପ୍ରଧାନ, କୁଶ ପ୍ରଧାନୀ, ସାମନା ମାଣ୍ଡାଙ୍ଗି, ସୁମିତ୍ରା କୁଲିସିକା, ବିଶ୍ୱନାଥ ସାହୁ ଙ୍କ ସହ ସହଯୋଗ ରେ ବିକଶିତ ଭାରତ ବିକଶିତ ଓଡ଼ିଶାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଚିତ୍ରାଙ୍କନ, ପ୍ରବନ୍ଧ, ପାଇଁ ୨୧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ପରିବେଶ,ଜଙ୍ଗଲ ରୁ ମିଳୁଥିବା ପାରମ୍ପରିକ ଔଷଧିୟ ଚେରମୁଳି ଚିନ୍ନଟ,ପାରମ୍ପରିକ କ୍ରୀଡ଼ା ଓ କସରତ କୁ ପୁନର୍ଜିବିତ କରିବା, ଜଳବାୟୁ, ବିକଶିତ ଭାରତ୨୦୪୭ ର ସ୍ୱପ୍ନ କୁ ସାକାର କରିବା ପାଇଁ କାର୍ଯ୍ୟ ପନ୍ଥା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା,ଜୈବ ବିବିଧତା ଓ ପରିବେଶ ବଞ୍ଚାଓ ନେଇ ଯୁବ ପିଢ଼ି ଙ୍କୁ ଉନ୍ନତି କରଣ ଉପରେ ଆଲୋକପାତ କରିବା ସହ ଛାତ୍ର ଛାତ୍ରୀ ଙ୍କୁ ମାନ ପତ୍ର ପ୍ରଦାନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ଅଧ୍ୟାପିକା ରୁଷିକ।ଶବର,ଅଧ୍ୟାପିକା ସରସ୍ୱତୀ ଶବର, ଅଧ୍ୟାପିକା ମାମୁନି ଗମାଙ୍ଗ, ଅଧ୍ୟାପିକା କରିସ୍ମା ହିମିରିକା ସହଯୋଗ କରିଥିଲେ।