April 26, 2026

କଟକଣା କୁ ନମାନି ପ୍ରବେଶ କରିଥିବା ଟ୍ରଳର ଜବତ କଲା ବନବିଭାଗ

IMG-20231201-WA0016
Share

କଟକଣା କୁ ନମାନି ପ୍ରବେଶ କରିଥିବା ଟ୍ରଳର ଜବତ କଲା ବନବିଭାଗ

—————————————-

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହର ଆନିକଟ ଥିବା ଋଷିକୁଲ୍ୟା ମୁହାଁଣ ରେ ପାରାଦୀପ ରୁ ଆସିଥିବା ଟ୍ରଲର ଫରେଷ୍ଟ ଡ଼ିପାଡ଼ମେଣ୍ଟ ର କଟକଣା ନମାନି ମାଛ ମାରୁଥିବା ବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ କରି ଟ୍ରଲର କୁ ଜବତ କରାଯାଇଛି l ସେଥିରେ ମାଛ ମାରୁଥିବା ଥିବା 6 ଜଣ ମତ୍ସ୍ୟଜୀବୀ ରମାକାନ୍ତ ସ୍ୱାଇଁ,ଭୁଦେବ ମଣ୍ଡଳ, ଶରତ ମଲ୍ଲିକ,କମଳକାନ୍ତ ମଲ୍ଲିକ,ନିମାଇଁ ଚରଣ ରାଉତ ୟସବନ୍ତ ପ୍ରଧାନ ପ୍ରମୁଖ ଙ୍କୁ ମତ୍ସ୍ୟ ବିଭାଗକୁ ହସ୍ଥାନ୍ତର କରାଯାଇଛି l 3 ଟି ଚିଙ୍ଗୁଡ଼ି ଜାଲ ଓ 7ଟି ବିରାଟକାୟ ଜାଲ ଏପରିକି ମୋଟ 10 ଗୋଟି ଜାଲ କୁ ଜବତ କରାଯାଇଛି l ମତ୍ସ୍ୟ ବିଭାଗିୟ ଅଧିକାରୀ ଙ୍କ ଉପସ୍ଥିତିରେ ଟ୍ରଲରରେ ରହିଥିବା 465 କିଲୋ ମାଛକୁ ଅପ୍ସନ କରାଯାଇ ସ୍ଥାନୀୟ ମତ୍ସ୍ୟଜୀବୀ ଙ୍କୁ ପ୍ରଦାନ କରାଯାଇଛି l ଚଢ଼ାଉ ବେଳେ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ, ରମ୍ଭା ଫରେଷ୍ଟର ରତ୍ନା କୁମାର ବେହେରା ଫରେଷ୍ଟ ଗାର୍ଡ ଶିବ ଚରଣ ଟୁଡୁ ପ୍ରମୁଖ ଙ୍କ ସମେତ ବନ ବିଭାଗ ପେଟ୍ରୋଲିଙ୍ଗ ସ୍କ୍ୱାର୍ଡ ଓ ଏପିଆର ପୋଲିସ ସାମିଲ ଥିଲେ l ସୂଚନା ଯୋଗ୍ୟ ଯେ ନଭେମ୍ବର ମାସରୁ ସାମୁଦ୍ରିକ ଅଲିଭ ରିଡଲେ ଙ୍କ
ମୁହାଁଣ ର ଗଭୀର ସମୁଦ୍ରର ନୀଳ ଜଳ ରାଶି ମଧ୍ୟରେ ଲକ୍ଷାଧିକ ସଂଖ୍ୟାରେ ସମାଗମ ହୋଇଥାନ୍ତି l ଯାହାକୁ ନେଇ ନଭେମ୍ବର ପହିଲାରୁ ଋଷିକୁଲ୍ୟା ମୁହାଁଣ ରୁ ଉତ୍ତର ରେ ପ୍ରୟାଗି ଦକ୍ଷିଣ ରେ ଆର୍ଜିପଲ୍ଲୀ ପର୍ଯ୍ୟନ୍ତ 10 କିଲୋମିଟର ଏବଂ ସମୁଦ୍ର ରେ 20 କିଲୋମିଟର ପର୍ଯ୍ୟନ୍ତ ଯନ୍ତ୍ର ଚାଳିତ ଡ଼ଙ୍ଗା କିମ୍ବା ଟ୍ରଲରରେ ମାଛ ମାରିବା ନେଇ ଫରେଷ୍ଟ ଡିପାର୍ଟମେଣ୍ଟ ପକ୍ଷରୁ କଟକଣା ଜାରି କରାଯାଇଛି l