April 29, 2026

ଗଞ୍ଜାମ କଲେଜରେ ଯୁବ ଓଡିଶା ନବୀନ ଓଡିଶା ସଂସ୍କୃତିକ ଓ ଯୁବ ବିକାଶ କାର୍ଯ୍ୟକ୍ରମ

IMG-20231130-WA0062
Share

ଗଞ୍ଜାମ କଲେଜରେ ଯୁବ ଓଡିଶା ନବୀନ ଓଡିଶା ସଂସ୍କୃତିକ ଓ ଯୁବ ବିକାଶ କାର୍ଯ୍ୟକ୍ରମ

======================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରେରଣା ଯୁବ ଓଡିଶା ନବୀନ ଓଡିଶା ସମନ୍ୱିତ ସାଂକୃତିକ ଓ ଯୁବ ବିକାଶ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ସିମାଞ୍ଚଳ ଭୋଳ ଅଧକ୍ଷତରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଲୋକସମ୍ପର୍କ ସୂଚନା ଅଧିକାରୀ ତଥା ନାଟ୍ୟକାର, ଲେଖକ ରବିନାରାୟଣ ବେହେରା, ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀ, ମୁଖ୍ୟ ବକ୍ତା ପୂର୍ବତନ କଲେଜ ଅଧକ୍ଷ ଡ଼କ୍ଟର ପ୍ରବୀଣ କୁମାର ନନ୍ଦ, ଅଧ୍ୟାପକ ଗଦାଧର ସାହୁ, ଅଧ୍ୟାପକ ଦୁର୍ଗାପ୍ରସାଦ ଦାସ, ଅଧ୍ୟାପକ ରବୀନ୍ଦ୍ର ସେଠି ପ୍ରମୁଖ ମଂଚାସୀନ ଥିଲେ l ଓଡ଼ିଆ ଅଧ୍ୟାପକ ଏସ ମହାନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଇଂଲିଶ ଅଧ୍ୟାପକ ଦାସ ଓ ସେଠୀ କଲେଜ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ l ଯୁବ ଦକ୍ଷତା ବୃଦ୍ଧି ଓ କଲେଜର ଭିତ୍ତି ଭୂମି ପାଇଁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ବୋଲି ଡ଼ିଆଇପିଆରଓ ବେହେରା ମତ ବ୍ୟକ୍ତ କରିଥିଲେ l ଏହାକୁ କଲେଜ କର୍ମକର୍ତା ପରିଚାଳନା କରିଥିଲେ ପରେ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l