June 21, 2026

ନବରଙ୍ଗପୁର ଜିଲ୍ଲାର ୪ କ୍ରୀଡାବିତ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୁହ “ଭାରତତଳନ” ପ୍ରତିଯୋଗୀତା ରେ କାଂସ୍ୟ ପଦକ……..

IMG-20241101-WA0031
Share

 

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଙ୍ଘ ଦ୍ବାରା ଆୟୋଜିତ ୬୮ ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୁହ ଭାର ତ୍ତଳନ ପ୍ରତିଯୋଗିତା ରେ ନବରଙ୍ଗପୁର ଜିଲ୍ଲାର ୪ କ୍ରୀଡା ବିତଙ୍କୁ କାଂସ୍ୟ ପଦକ ମିଳିଛି। ୧୭ ବର୍ଷ ବୟସ ରୁ କମ ବାଳକ ବାଳିକା ବିଭାଗ ରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ରେ ଜିଲ୍ଲାରୁ ମୋଟ ୮ ଜଣ କ୍ରୀଡ଼ା ବୀତ ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୪ ଜଣଙ୍କୁ କାଂସ୍ୟ ପଦକ ହାସଲ କରିଛନ୍ତି ଯାହାକି ଜିଲ୍ଲା ପାଇଁ ପ୍ରଥମ ଅଟେ। ୪୦ କେଜି ବାଳିକା ବିଭାଗ ରେ ସରକାରୀ ଉନିତ୍ତ ଉଚ୍ଚ ବିଦ୍ୟାଳୟ ର ମଞ୍ଜିତ୍ କଲାର ତୃତୀୟ, ୪୫ କେଜି ବର୍ଗ ରେ ଉନିତ ସରକାରୀ ଉଚ୍ଚ ବିଦ୍ୟାଳୟ ଉମରକୋଟ ର ହରପ୍ରିୟା ନାୟକ ତୃତୀୟ ,୪୯ କେଜି ବର୍ଗ ରେ ତୁମରଲା ସରକାରୀ ଉଚ୍ଚ ବିଦ୍ୟାଳୟ ର ସାହିଲ ବାଘ ତୃତୀୟ, ୫୫ କେଜି ବର୍ଗ ରେ ଓ ଏ ଭି ଉମରକୋଟ ର ପୂର୍ଣ୍ଣ ଚନ୍ଦ୍ର ଭତ୍ରା ମଧ୍ୟ ତୃତୀୟ ସ୍ଥାନ ହାସଲ କରି କାଂସ୍ୟ ପଦକ ହାସଲ କରିଛନ୍ତି। ଟିମ୍ ର ମ୍ୟାନେଜର ଭାବେ ମିଲି ହାଲଦାର ଯାଇଥିବା ବେଳେ କୋଚ ଭାବେ ଆନ୍ତର୍ଜାତିକ ଭାରତ୍ତୋଳନ କ।ରି ନକୁଳ ସାନ୍ତା କ୍ରୀଡ଼ା ବିତ ଙ୍କ ସହ ଗସ୍ତ କରିଥିଲେ। ଏହି ଅବସର ରେ ଆଜି ଉମରକୋଟ ଇଣ୍ଡୋର ଷ୍ଟାଡିୟମ୍ ଠାରେ ସଫଳ କ୍ରୀଡାବିତ୍ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଶିଷ୍ଟ ସମାଜ ସେବୀ ସୁଧୀର ପଣ୍ଡା, ସୁଶାନ୍ତ ପାଣି, ସୁନିଲ କୁମାର ନାୟକ, ଗଣେଷ ପ୍ରସାଦ ରଣା, ବିପିନ ମାଝି, ଏମ, ବିଜୟ କୁମାର, ସପନ ବୈରାଗୀ, ନକୁଳ ସ।ନ୍ତ।, ଦେବୀ ପ୍ରସାଦ ପଟ୍ଟନାୟକ, ମନୋଜ ମାଝି ପ୍ରମୁଖ ଉପସ୍ଥିତ ରହି କ୍ରୀଡାବିତ୍ ଙ୍କୁ ସମର୍ଦ୍ଧନା ଜ୍ଞାପନ କରିଥିଲେ। ଜିଲ୍ଳା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଓ ଜିଲ୍ଲା ଶାରିରୀକ ଶିକ୍ଷା କ୍ରୀଡା ଅଧିକାରୀ ପ୍ରଭାତ କୁମାର ପଟ୍ଟନାୟକ ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିଥିଲେ।