July 6, 2024

ମିନାକ୍ଷୀ ପାତ୍ର ଙ୍କ ପରଲୋକ ରେ ସମସ୍ତେ ମର୍ମାହତ

Share

ମିନାକ୍ଷୀ ପାତ୍ର ଙ୍କ ପରଲୋକ ରେ ସମସ୍ତେ ମର୍ମାହତ
========================
ତିର୍ତ୍ତୋଲ ::-“ଜନମ ମରଣ ବରଷା,କହି ନପାରନ୍ତି ପୁରୁଷା “ଉକ୍ତିର ଯଥାର୍ଥତା ନିଶ୍ଚୟ ଭାବେ ଅପ୍ରିୟ ସତ୍ୟ ! ତା ନହେଇଥିଲେ ଅସମୟରେ ଶୋକ ସାଗରରେ ଭସାଇଦେଇ ସମସ୍ତଙ୍କୁ ପରକରି କଣ ଏମିତି ଆରପାରିକୁ ଚାଲିଯାଇଥାନ୍ତେ ? ଧରାବତରଣ ହୋଇଥିଲେ ୧୫/୦୨/୧୯୫୭ ମସିହାରେ ସ୍ଵର୍ଗାରୋହଣ କଲେ ୨୯/୧୦/୨୦୨୩ ମସିହାରେ ! ପ୍ରିୟଜନଙ୍କୁ ଚକିତ କରି ଲୀନ ହେଇଗଲେ ପଞ୍ଚଭୁତରେ ! ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଂଚଳର ଗୋରେଖନାଥ ପୀଠ ନିକଟସ୍ଥ ଗାନାଇଲୋ ଗ୍ରାମ ନିବାସୀ ହୋଇଥିଲେ ମଧ୍ୟ,କଟକ ମଙ୍ଗଳାବାଗ ସ୍ଥିତ ନିୟୁଲାଇଫ ଏକ୍ସରେ ର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଖିତିସ ଚନ୍ଦ୍ର ପାତ୍ର ଙ୍କର ସେ ଥିଲେ ସହଧର୍ମିଣୀ ମିନାକ୍ଷୀ ପାତ୍ର ! ଚିକିତ୍ସାଧିନ ଅବସ୍ଥାରେ ୭୪ ବର୍ଷ ବୟସରେ ପରଲୋକ ଗତ ହୋଇଗଲେ । ତାଙ୍କର ମୃତ୍ୟୁ ଖବର ଜାଣିବା ପରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଗତ ସୋମବାର ଦିନ ପୁରୀ ଶ୍ରୀକ୍ଷେତ୍ର ସ୍ଵର୍ଗଦ୍ଵାର ଠାରେ ତାଙ୍କର ଅନ୍ତେଷ୍ଟ୍ କ୍ରିୟାରେ ବଡପୁଅ ଗିରିଜା ଶଙ୍କର ମୁଖାଗ୍ନୀ ଦେଇଥିଲେ । ଜଣେ ଆଦର୍ଶ ଗୃହିଣୀ ଓ ଧର୍ମପ୍ରାଣା ମହିୟସୀ କୂଳବଧୂ ଭାବରେ ମିନାକ୍ଷୀ ଦେବୀ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ତେବେ ତାଙ୍କର ଶବ ଶୋଭାଯାତ୍ରା ରେ ଡଃ ବିଶ୍ୱଜିତ୍ ରାଉତ , ରଶ୍ମୀ ପଶାୟତ , ଚିନ୍ମୟୀ ରାଉତ , ରଶ୍ମୀମୟୀ ପଶାୟତ, ଓମ୍ ପ୍ରକାଶ ପାତ୍ର , ଅଂଶୁମାନ ପାତ୍ର , ସମାଜ ସେବୀ ଅକ୍ଷୟ ମିଶ୍ର , ସ୍ବପ୍ନସରିତ୍ ପରିଡ଼ା , ଡଃ ନିମାଇଁ ଚରଣ ପରିଜା , ଡଃ ନିରୋଦ ଗୋଚ୍ଛାୟତ ଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି , ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ସାମାଜିକ ସଙ୍ଗଠନର କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ଥିବାର ଦେଖିବାକୁ ମିଳିଥିଲା
ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !

You may have missed