July 6, 2024

ଶାରଳା ମନ୍ଦିର ନବୀକରଣ — ଭଙ୍ଗା ପରେ ଭଙ୍ଗା ଚାଲିଛି, ଗଢ଼ାକାମ ସ୍ବପ୍ନ ପାଲଟିଛି

Share

ଶାରଳା ମନ୍ଦିର ନବୀକରଣ —
ଭଙ୍ଗା ପରେ ଭଙ୍ଗା ଚାଲିଛି, ଗଢ଼ାକାମ ସ୍ବପ୍ନ ପାଲଟିଛି
========================
ତିର୍ତ୍ତୋଲ :-, ପ୍ରସିଦ୍ଧ ବାଣିକ୍ଷେତ୍ର ଝଙ୍କଡ ଶାରଳା ପୀଠର ନବୀକରଣ କାମର ମନ୍ଥର ଗତି ପାଇଁ ଶ୍ରଦ୍ଧାଳୁ ଭକ୍ତ ଓ ସ୍ଥାନୀୟ ଅଧିବାସୀ ମାନଙ୍କ ସମେତ ମାଆଙ୍କ ପଣ୍ଡା ସେବକ ମାନଙ୍କ ମଧ୍ୟରେ ଗଭୀର ଉଦବେଗ ପ୍ରକାଶ ପାଇଛି ! ଗୋଟିଏ ପରେ ଗୋଟିଏ ଘରପ୍ରାଚୀର, ଧର୍ମଶାଳା, ଓ ମାର୍କେଟକମ୍ଲେକ୍ସ ଭାଙ୍ଗି ସାରିଥିବା ବେଳେ, କୌଣସି ଗୋଟିଏ ହେଲେ କାମ ଆଜିପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ହୋଇ ପାରିନାହିଁ ! ଗତ ସୋମବାର ଦିନ ବିଳମ୍ବିତ ରାତିରେ ମନ୍ଦିରର ଐତିହ୍ୟ ପ୍ରାସାଦ ସିଂହଦ୍ୱାର ସଂଲଗ୍ନ କାର୍ଯ୍ୟାଳୟ ଗୃହକୁ ଠିକାଦାରୀ ସଂସ୍ଥା ତରଫରୁ ବୁଲଡୋଜର ଲଗାଇ ଭାଙ୍ଗିଦିଆଯାଇଛି ! ଠିକାଦାରୀ ସଂସ୍ଥା ଭାଙ୍ଗିବା କାର୍ଯ୍ୟକୁ ଯେତିକି ଗୁରୁତ୍ୱ ଦେଉଛି, ଗଢିବା କାର୍ଯ୍ୟକୁ ସେତିକି ଗୁରୁତ୍ୱ ଦେବାର ଦେଖାଯାଉନାହିଁ ! ତେଣୁ ନିର୍ଦ୍ଧାରିତ ସମୟ ଠାରୁ କାମସାରିବା ପାଇଁ ବହୁ ବିଳମ୍ବ ହେବବୋଲି ଆଶଙ୍କା ପ୍ରକାଶ ପାଇଛି ! ବିଶେଷକରି ଗଣନାଟ୍ୟର ପ୍ରାଧାନ୍ୟ ଥିବା ଜଗତସିଂହପୁର ଜିଲ୍ଲା ସମେତ ରାଜ୍ୟର ବହୁ ଖ୍ୟାତନାମା ଯାତ୍ରାନୁଷ୍ଠାନ ପ୍ରତିବର୍ଷ ଯାତ୍ରାଋତୁ ଆରମ୍ଭ ଗଣେଶ ପୂଜା ଠାରୁ କଳାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାପୀଠରେ ଚଳିତବର୍ଷର ନୂତନ ନାଟକକୁ ଯେଉଁ ନାଟ୍ୟମଞ୍ଚରେ ସର୍ବପ୍ରଥମେ ପରିବେଷଣ କରି ରାଜ୍ୟ ଓ ପଡୋଶୀ ରାଜ୍ୟ ମାନଙ୍କରେ ଯାତ୍ରା ଶୁଭାରମ୍ଭ କରିଥାନ୍ତି, ସମ୍ପ୍ରତି ନାଟ୍ୟମଞ୍ଚକୁ ମଧ୍ୟ ଭାଙ୍ଗି ଦିଆଯାଇଥିବାରୁ ଯାତ୍ରାଦଳ ଓ ଓ ଅନ୍ୟାନ୍ୟ ସାଂସ୍କୃତିକ ଅନୁଷ୍ଠାନ ମାନେ ମାଆଙ୍କ ଆଶୀର୍ବାଦରୁ ବଞ୍ଚିତ ହେବାକୁ ପଡିଛି ! ସବୁଠାରୁ ସମ୍ବେଦନଶୀଳ ଘଟଣା ହେଉଛି ୧୦୧୫ ମସିହାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନର ୨୦୦ ଶହରୁ ଉର୍ଦ୍ଧ ଦୋକାନଘର ଭାଙ୍ଗି ଦିଆଯାଇ ଥିବାରୁ ସେମାନେ ଜୀବିକା ହରାଇ ବହୁ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି ! ପୂର୍ବରୁ ନିର୍ମାଣ ସାରିଥିବା ୩୩ ବଖରା ନୂତନ ଦୋକାନଗୃହ ମାର୍କେଟକମ୍ଲେକ୍ସ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଭରଚୁଆଲ ଉଦଘାଟନ ସାରିଥିଲେ ମଧ୍ୟ ବାସ୍ତବକ୍ଷେତରେ ଆଜି ପର୍ଯ୍ୟନ୍ତ କୌଣସି ବିସ୍ଥାପିତଙ୍କୁ ସେଠାରେ ଥଇଥାନ କରାଯାଇ ନାହିଁ ! ତେଣୁ ସାଧାରଣରେ ଚର୍ଚ୍ଚା ହେଉଛି ଭଙ୍ଗା ପରେ ଭଙ୍ଗା ଚାଲିଛି ହେଲେ ଆଜି ପର୍ଯ୍ୟନ୍ତ ଗଢ଼ା କାମ ମଧ୍ୟରୁ ଗୋଟିଏ ହେଲେ ମଧ୍ୟ ଶେଷ ହେଲାନି !
ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା

You may have missed