ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ – ୨୦୨୬
ବରପାଲି – (ସୁଦାମ ଦୀପ) ବରପାଲି ଗଙ୍ଗାଧର କଳା ପରିଷଦ ପରିସରରେ ଆଜି ତା ୩୦,୯ ଦିନ ସନ୍ଧ୍ୟା ସମୟରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇ ଯାଇଛି l ଅନୁଷ୍ଠାନର ଡ.ରବୀନ୍ଦ୍ର ଗଡତିଆଙ୍କ ସଭାପତିତ୍ବ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସମ୍ପାଦକ ହରି ଚରଣ ଖଟୁଆ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ରୋହିତ ଦାଶ ସଭା କୁ ପରିଚାଳନା କରିଥିଲେ l ଉପସ୍ଥିତ ଜନ ସାଧାରଣ ନୁଆଁଖାଇ ଭେଟଘାଟ ଉପରେ ହେବାକୁ ଥିବା ଆଗାମୀ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଗଠନ ମୂଳକ ପ୍ରସ୍ତାବ ମାନ ଦେଇଥିଲେ l ଆଗାମୀ ଦିନରେ ବିଭିନ୍ନ ବର୍ଗ ର ବୁଦ୍ଧିଜୀବୀ ଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ସଭା ରେ ପ୍ରସ୍ତାବ ଗୃହୀତ ହୋଇଥିଲା l ସଭାପତି ସଭା ଶେଷରେ ସଭା ରେ ଆଗତ ପ୍ରସ୍ତାବ ସବୁ ଉପରେ ତାଙ୍କର ଆଭିମୁଖ୍ୟ ରଖିଥିଲେ l ଜନ ସାଧାରଣ ଙ୍କ ଅନୁରୋଧ କ୍ରମେ ରୋହିତ ଦାଶ ଏକ ସ୍ୱରଚିତ କବିତା ପାଠ ଓ ସୁବଳ ମେହେର ସାୟରି ପଢି ଶୁଣେଇ ଥିଲେ। ଶେଷରେ ସମ୍ପାଦକ ଶ୍ରୀ ହରି ଚରଣ ଖଟୁଆ ଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭା ର ସମାପ୍ତି ଘୋଷଣା କରିଥିଲେ l ସଭା ଶେଷରେ ପାରମ୍ପିରିକ ଖାଦ୍ୟ ଯଥା ଚାଉଳ ବରା, ଆରିସା, କାକରା ଓ ବାଇଗଣ ବରା ଇତ୍ୟାଦି ଖାଦ୍ୟ ପରଷା ଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ମହାଦେବ ରାଉତ, ଅଶୋକ ଖଟୁଆ, ଭିକାରୀ ମେହେର ଓ ଅରୁଣ ଖଟୁଆ ଆଦି ପରିଚାଳନା କରିଥିଲେ l
ବରପାଲି ର ବାନ୍ଧଶିଳ୍ପୀ ସୁରେନ୍ଦ୍ର ମେହେର କ୍ଷେତ୍ରବାସୀ ମେହେର, ଡ଼ ଜଗଦୀଶ ମହାନନ୍ଦ, ଡ଼ ସୁବାସ ଦାଶ,ବୀରେନ୍ଦ୍ର ନାଗ ନିରଞ୍ଜନ ମେହେର, ସରୋଜ ରାଉତ, ସୁରେଶ ଅଗ୍ରୱାଲ , ବିନୋଦ ଅଗ୍ରୱାଲ ଅଶୋକ ଦାଶ, ମୋହନ ମେହେର, ତରଣୀ ବଢ଼େଇ, ନିହାର ତ୍ରିପାଠୀ, ସୀତାରାମ ମେହେର,ବଳରାମ ପ୍ରଧାନ, ପିନାକୀ ଦାଶ ଆଦି ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରି ତାଙ୍କର ମତ ରଖି ଥିଲେ l ସାଧାରଣ ରେ କଳା ପରିଷଦ ର ଏହି ଉଦ୍ୟମ କୁ ପ୍ରଶଂସା କରା ଯାଇଥିଲା ।
