ଉମରକୋଟ ଠାରେ ସେବା ପକ୍ଷରେ ସ୍ବଛ୍ଛ ଭାରତ କାର୍ଯ୍ୟକ୍ରମ …….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବୁଧବାର ଦିନ ସକାଳ ୭:୦୦ ଘଟିକା ସମୟରେ ନୁଆ ବସଷ୍ଟାଣ୍ଡ ଠାରେ ସ୍ବଛ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ କରା ଯାଇଛି । ସେବାପକ୍ଷ ଅବସରରେ ସ୍ବଛ୍ଛ ଭାରତ ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅଟେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ଠାରୁ ଆରମ୍ଭ ହୋଇ ମହାତ୍ମାଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅକ୍ଟୋବର ୨ ପର୍ଯ୍ୟନ୍ତ ଏହି ସେବାପକ୍ଷ ପାଳନକରାଯାଏ ଏହି ସମୟ ମଧ୍ୟରେ ବିଭିନ୍ନ ସେବା କାର୍ଯ୍ୟକ୍ରମ ମଧ୍ୟରେ ସ୍ବଛ୍ଛତାକୁ ସବୁଠାରୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ, ସ୍ବଛ୍ଛତାକୁ କେବଳ ସରକାରୀ କାର୍ଯ୍ୟକ୍ରମ ନକରି ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଏହାର ଉଦ୍ଧେସ୍ୟ। ମହାତ୍ମାଗାନ୍ଧୀଙ୍କ ସ୍ବଛ୍ଛ ଓ ସୁସ୍ଥ ଭାରତର ସ୍ବପ୍ନକୁ ଆଗକୁ ବଢାଇବା। ସମସ୍ତ ସାର୍ବଜନୀନ ସ୍ଥାନରେ ସ୍ବେଚ୍ଛାକୃତ ଭାବେ ସଫେଇ କରିବା ଏହି ଅଭିଯାନ ଦ୍ବାରା ଲୋକଙ୍କ ମଧ୍ୟରେ ସ୍ବଛ୍ଛତା ପ୍ରତି ଦାୟିତ୍ବବୋଧ ବଢିଥାଏ । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ରାଜ୍ୟ ଉପ ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ,ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢୀ, ଜିଲ୍ଲା ସାଧାରଣ ସମ୍ପାଦକ ସୁରେଶ କୁମାର ଆଚାର୍ଯ୍ୟ,ମଣ୍ଡଳ ସଭାପତି ସନ୍ତୋଷ ଶର୍ମା, ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ, ରାମ ନାୟକ,ମିଲୁ ପଣ୍ଡା, ମୁନା ପାଣିଗ୍ରାହୀ, ପ୍ରଦିପ ମିଶ୍ର, ଦୁଖାଲୁ ମେହର, ଦିଲିପ ବିଶ୍ବାସ, ରାମ ଗଣ୍ଡ, ଅଭିରାମ, ଅମିତ ହାଲଦାର, ଅଶୋକ ସାହୁ, କୁରମା ରାଓ, ସିମାଞ୍ଚଳ ବିଶୟି, ଜିଲ୍ଲା ମହିଳା ମୋର୍ଚ୍ଚା ସଭା ନେତ୍ରୀ ମନ୍ଦିରା ନାୟକ, ମିନତି ପଇଟାଲ, ଅର୍ଚନା ମଣ୍ଡଳ ପ୍ରମୁଖ ଭାଜପାର ବହୁ କାର୍ଯ୍ୟକର୍ତ୍ତା ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
