October 2, 2026

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

IMG-20261001-WA0040
Share

 ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ,ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୁଜଙ୍ଗ ପିଏମ୍ ଶ୍ରୀ ବନବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କୁଜଙ୍ଗ ବ୍ଲକ ପକ୍ଷରୁ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ପଂଚାୟତ ସମିତି ଅଧ୍ୟକ୍ଷା ନିନାରାଣୀ ସାହୁ ଓ କୁଜଙ୍ଗ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଦୀପକ ପ୍ରାସାଦ ସ୍ୱାଇଁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ 28 ପଂଚାୟତ ଓ ପାରାଦୀପ ମ୍ୟୁନିସପାଲିଟିର ସମସ୍ତ ଜନପ୍ରତିନିଧି ଶିବିରକୁ ଆସୁଥିବା ହିତାଧିକାରୀଙ୍କୁ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ବର୍ଗର ହିତାଧିକାରୀଙ୍କ ପାଇଁ ଅସ୍ଥିଶଲ୍ୟ, ମାନସିକ ଅନଗ୍ରସର, ଶ୍ରବଣ ବାଧିତ, ଦୃଷ୍ଟିବାଧିତ ହିତାଧିକାରୀଙ୍କ ନିମନ୍ତେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ଡାକ୍ତର ଭିନ୍ନ ଭିନ୍ନ ପ୍ରକୋଷ୍ଠରେ ପରୀକ୍ଷଣ କରିଥିଲେ। ଏଥିରେ ସମୁଦାୟ 341ଜଣ ହିତାଧିକାରୀ ପଞ୍ଜୀକୃତ କରିଥିଲେ। ସେଥିମଧ୍ୟରୁ 35ଜଣ ହିତାଧିକାରୀଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ଥିବା ବେଳେ ଅବଶିଷ୍ଟ 30ଜଣ ହିତାଧିକାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପୁନଶ୍ଚ ପରୀକ୍ଷା ନିମନ୍ତେ ପଠାଯାଇଛି। ତେବେ ଭିନ୍ନକ୍ଷମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ଉକ୍ତ ଶିବିର ଆୟୋଜନ ହୋଇଥିବା ଓ କୁଜଙ୍ଗ ବ୍ଲକ ପ୍ରଶାସନ ସର୍ବଦା ଭିନ୍ନକ୍ଷମଙ୍କ ପାଇଁ କାର୍ଯ୍ୟକରିବ ବୋଲି କୁଜଙ୍ଗ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କିଶୋର ମହାନ୍ତି କହିଥିବା ବେଳେ ପୋଗ୍ରାମ ସହାୟିକା ସସ୍ମିତା ଦାସ ଓ ବ୍ଲକ୍ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଏଥି ସହିତ ଉକ୍ତ ଶିବିର ରେ ବହୁ ଅଙ୍ଗନଓଡି କର୍ମି, ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍କୁଲ ର ncc ର ଛାତ୍ର ଛାତ୍ରୀ ମାନେ ସିବିର ପରିଚାଳନାରେ ସହଯୋଗ କରିଥିଲେ।( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed