October 5, 2024

ପରିବେଶ ପ୍ରେମୀ ଲିଙ୍ଗରାଜ ପ୍ରଧାନ ଙ୍କ ଉଦ୍ୟମ ରେ ବୃକ୍ଷ ରୋପଣ 

Share

ପଦ୍ମପୁର : (ଜୟନ୍ତ କୁମାର ସେଠ)ବରଗଡ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ଲଖମରା ଗ୍ରାମ ପଞ୍ଚାୟତର ପୁଝାରୀ ପାଲି ଗ୍ରାମରେ ବୃକ୍ଷ ପ୍ରେମୀ ଶ୍ରୀଯୁକ୍ତ ଲିଙ୍ଗରାଜ ପ୍ରଧାନଙ୍କ ଉଦ୍ୟମ ଓ ସହଯୋଗରେ ଗ୍ରାମବାସୀଙ୍କ ଉପସ୍ଥିତିରେ ପରିବେଶ ସଚେତନତା କାର୍ଯ୍ୟକ୍ରମ *ପୂର୍ବଜମାନଙ୍କ ପାଇଁ ଗଛଟିଏ, ପିତୃ ପୁରୁଷଙ୍କୁ ଶାନ୍ତି ଦିଏ” ୩୦.୦୯.୨୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଗାଁର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଶୁରେଶ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଲିଙ୍ଗରାଜ ପ୍ରଧାନ ପ୍ରାଣୀଜଗତ ଓ ମଣିଷ ସମାଜର ପ୍ରତିକ୍ଷଣ ବଞ୍ଚିବା ପାଇଁ ବୃକ୍ଷରୁ ମିଳୁଥିବା ଅମ୍ଳଜାନ କେତେ ଯେ ଅମୂଲ୍ୟ ଓ ଏଥି ସକାଶେ ବୃକ୍ଷ ରୋପଣ ଓ ଜଂଗଲ ସଂରକ୍ଷଣର ବର୍ତ୍ତମାନ ସ୍ଥିତିରେ ନିତାନ୍ତ ଆବଶ୍ୟକତା ଉପରେ ଆଲୋକପାତ କରି ପିତୃ ପକ୍ଷରେ ପୂର୍ବଜମାନଙ୍କ ମହାନ ଆତ୍ମାଙ୍କ ଶାନ୍ତି ଉଦ୍ଦେଶ୍ୟରେ ବୃକ୍ଷ ରୋପଣ ପାଇଁ ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଗ୍ରାମବାସୀଙ୍କୁ ଆହ୍ବାନ ଦେଇଥିଲେ l ଏହି ଅବସରରେ ଜିଲ୍ଲା ପରିବେଶ ସୁରକ୍ଷା ମଂଚ, ବରଗଡ ସଂପାଦକ ପ୍ରକୃତିବନ୍ଧୁ ମୀନକେତନ ସାହୁ ଯୋଗ ଦେଇ ବିଶ୍ବ ଉତ୍ତାପନ ଓ ଜୀବଜଗତ ଉପରେ ଏହାର ପ୍ରଭାବ, ଜଳବାୟୁ ପରିବର୍ତ୍ତନ, ବୃକ୍ଷ ରୋପଣ ଓ ଜଂଗଲ ସଂରକ୍ଷଣ ସଂପର୍କରେ ବିସ୍ତ୍ରୁତ ଆଲୋଚନା କରିଥିଲେ ଏବଂ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ।ପରିଶେଷରେ ଅତିଥି ଓମ୍ ପ୍ରକାଶ ଅଗ୍ରୱାଲ ଵାଵୁ ଓ ଶ୍ରୀଶୁରେଶ ସାହୁ ଗ୍ରାମବାସୀଙ୍କୁ ଓଷଧିୟ ଅଶୋକ ଚାରା ପ୍ରଦାନ କରିଥିଲେ।